ETV Bharat / city

ଆକାଂକ୍ଷୀ ଜିଲ୍ଲା ମାଲାକାନାଗିରିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମୀକ୍ଷା - ମାଲାକାନାଗିରି ଖବର

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠା ଗୃହକୁ ଉଦଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଡାକଘର ଉଦଘାଟନ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧୀଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Review of devlopment work Union Railway Minister in Malkangirr aspiring district
ଆକାଂକ୍ଷୀ ଜିଲ୍ଲା ମାଲାକାନାଗିରିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମୀକ୍ଷା
author img

By

Published : Apr 22, 2022, 9:06 PM IST

ମାଲକାନଗିରି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲକାନଗିରି ଗସ୍ତରେ ରହିଛନ୍ତି । ଦିନ ପ୍ରାୟ ଦଶଟା ସମୟରେ ମାଲକାନଗରିରେ ପହଞ୍ଚିବା ପରେ ସୁବାଷ ବୋଷ ଛକ ନିକଟରେ ରେଳମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ଆଦିବାସୀ ଧୂନ୍‌ ସହ ନୃତ୍ୟର ତାଳେ ତାଳେ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠା ଗୃହକୁ ଉଦଘାଟନ କରିଥିଲେ । ଡାକଘର ଉଦଘାଟନ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧୀଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିଥିଲେ।

ବିଶେଷକରି ପାନୀୟ ଜଳ, ମୋବାଇଲ ନେଟୱାର୍କ, ରାସ୍ତା, ଗରିବଙ୍କୁ ପୁଷ୍ଟିସାର ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ପରେ ସାମ୍ବାଦିକ ସମ୍ମିଳନୀ କରି ମାଲକାନଗିରି ରେଳ ପ୍ରକଳ୍ପକୁ ମାଲକାନଗିରି ଠାରୁ ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ଓ ନବରଙ୍ଗପୁର ଠାରୁ ଜୁନାଗଡ ପର୍ଯ୍ୟନ୍ତ ନୂତନ ସଂଯୋଗୀକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କହିଥିଲେ । ଯାହାଦ୍ବାରା ଭଦ୍ରାଞ୍ଚଲମରୁ ଜୁନାଗଡ ପର୍ଯ୍ୟନ୍ତ ରେଲବାଇର ନୂତନ କରିଡର ପ୍ରତିଷ୍ଠା ହୋଇପାରିବ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ରେଲବାଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ଯେତେ ଶୀଘ୍ର ଜମି ଯୋଗାଇ ଦେବେ କାମ ହେବ ବୋଲି କହିଛନ୍ତି ।

ଆକାଂକ୍ଷୀ ଜିଲ୍ଲା ମାଲାକାନାଗିରିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମୀକ୍ଷା

ଅନ୍ୟପଟେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଜିଲ୍ଲାରେ ୩୦୬ ଟି ମୋବାଇଲ ଟାୱାର, ୩୬୩ ଗାଁର ଘର କୁ ପାନୀୟ ଜଳ ପହଞ୍ଚାଯାଇଛି । ମାଲକାନଗିରି ଡାକଘର ଦୁର୍ନୀତିକୁ ନେଇ କେନ୍ଦ୍ର ସରକାର ୮୦ ପ୍ରତିଶତ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରାଇଥିବା ବେଳେ ଏହି ଦୁର୍ନୀତିରେ ଜଡିତ ଥିବା ୨୨ ଜଣ ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଡାକଘର, ଡାକଘର ହୋଇନରହି ବ୍ୟାଙ୍କର ରୂପ ନେବାକୁ ଯାଉଥିବା ରେଳମନ୍ତ୍ରୀ କହିଛନ୍ତି । ଶେଷରେ ସଂସ୍କୃତି ଭବନରେ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସହ ସଂଗଠନ ବିଷୟରେ ଆଲୋଚନା କରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.