ETV Bharat / city

ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନାଙ୍କ ସହିତ କଥା ହୋଇଛନ୍ତି । ବାତ୍ୟା ମୁକାବିଲା ଉପରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ ....

author img

By

Published : May 23, 2021, 10:12 PM IST

ବାତ୍ୟା ମୁକାବିଲା; ସୁରେଶ ଓ ପ୍ରଦୀପଙ୍କ ସହ କଥା ହେଲେ ପ୍ରତାପ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନାଙ୍କ ସହିତ କଥା ହୋଇଛନ୍ତି । ବାତ୍ୟା ୟାସ ସମ୍ବନ୍ଧୀୟ ପ୍ରସ୍ତୁତି ବିଷୟରେ ଉଭୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବିସ୍ତାରିତ ଆଲୋଚନା କରିଛନ୍ତି ପ୍ରତାପ । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର, ଓସଡ଼ମା ଓ ଏନଡିଆରଏଫ ଟିମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ଉଭୟ ବରିଷ୍ଠ ସଚିବ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ବାତ୍ୟା ଓ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ଆହୁରି ୨୦ଟି ଟିମ୍ ଆଜି ମଗାଯିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଉଭୟ ସଚିବ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ଟ୍ୟାଙ୍କରରେ ଜଳ ଯୋଗାଣ, ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟ କେନ୍ଦ୍ରରେ ଜେନେରେଟର୍ ବ୍ୟବସ୍ଥା, ଖାଦ୍ୟ, ଆଲୋକ ଅଦି ବ୍ୟବସ୍ଥା, ବ୍ୟାପକ ପ୍ରଚାର ଦ୍ଵାରା ଜନ ସଚେତନତା, ଡାକ୍ତରୀ ଦଳର ପ୍ରସ୍ତୁତି, ସାମ୍ଭାବ୍ୟ ଜଳମଗ୍ନ ଅଂଚଳରେ ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ୍ ରଖିବା ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ପରେ ପରେ ଭାଙ୍ଗିଥିବା ଘର ମାନଙ୍କୁ ତୁରନ୍ତ ପଲିଥିନ୍ ପ୍ରଦାନ ଓ ଘରଭଙ୍ଗା ସାହାଯ୍ୟ ପ୍ରଦାନ ଆଦି ବିଷୟରେ ଉଭୟ ସଚିବଙ୍କ ସହିତ ବ୍ୟାପକ ଚର୍ଚ୍ଚା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସନ୍ତୋଷ ଜନକ ଥିବା ସୂଚନା ଦେଇଛନ୍ତି ପ୍ରତାପ ।

କରୋନା, ବ୍ଲାକଫଙ୍ଗସ୍, ହ୍ୱାଇଟଫଙ୍ଗସ୍ ଓ ଏବେ ଏହି ବାତ୍ୟା । ଗୋଟିଏ ପରେ ଗୋଟିଏ ବିପଦ ମାଡିଆସୁଛି । ସମସ୍ତେ ନିଜେ ସଜାଗ ହେବା ସହିତ ଲୋକ ମାନଙ୍କୁ ସତର୍କ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଶାସନ ସହିତ ସହଯୋଗ କରି ଲୋକ ମାନଙ୍କ ପାଖରେ ସେବା ପହଞ୍ଚାଇବାକୁ ନିବେଦନ କରିଛନ୍ତି ପ୍ରତାପ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.