ETV Bharat / city

ନବୀନଙ୍କୁ ଭେଟିଲେ 2 କେନ୍ଦ୍ରମନ୍ତ୍ରୀ, ସୁନ୍ଦରଗଡରେ ଏମ୍‌ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି - Union minister Prahalad Joshi

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଅଧିକ ପଢନ୍ତୁ...

Union minister Prahalad Joshi meet cm Naveen Pattnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
author img

By

Published : Oct 29, 2021, 6:25 PM IST

Updated : Oct 29, 2021, 10:47 PM IST

ଭୁବନେଶ୍ବର: ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେଉ ଏମ୍‌ସ । କ୍ଲିନ ଏନର୍ଜି ସେସ୍‌ରୁ ଓଡ଼ିଶାକୁ ମିଳୁ ୬୦ ପ୍ରତିଶତ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ଏହି ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସାକ୍ଷାତ ସମୟରେ ସୁନ୍ଦରଗଡ଼ରେ ଏମ୍‌ସ ପ୍ରସଙ୍ଗ ଉଠାଇଥିଲେ ।

Union minister Prahalad Joshi meet cm Naveen Pattnaik
ନବୀନଙ୍କୁ ଭେଟିଲେ 2 କେନ୍ଦ୍ରମନ୍ତ୍ରୀ; ସୁନ୍ଦରଗଡରେ ଏମ୍‌ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ଼ରେ ୫ ଶହ ବେଡ୍‌ର ହସ୍ପିଟାଲ ଓ ଶହେ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ଇଣ୍ଟିଗ୍ରେଟେଡ୍‌ କ୍ୟାମ୍ପସ ଏନ୍‌ଟିପିସି ନିର୍ମାଣ କରିସାରିଛି । ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଦେଶର ଶକ୍ତି ସୁରକ୍ଷା ସହ ଇସ୍ପାତ ଓ ଆଇରନ ଓର୍‌ ଉତ୍ପାଦନରେ ସୁନ୍ଦରଗଡ଼ର ଅବଦାନ ରହିଛି । ତେଣୁ କେନ୍ଦ୍ର ସରକାର ସୁନ୍ଦରଗଡ଼ର ବହୁ ଦିନର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେହିପରି ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦନଭେଙ୍କୁ ବି ଭେଟିଛନ୍ତି ନବୀନ ।

ଏହା ସହ ତାଳଚେରରେ ଏମ୍‌ସିଏଲ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବହୁ ଦିନରୁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି । ୫ ଶହ ବେଡ୍‌ର ହସ୍ପିଟାଲ ଏବଂ ଶହେ ସିଟ୍‌ର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ ଓ ଢେଙ୍କାନାଳବାସୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆଲୋଚନା ସମୟରେ କ୍ଲିନ୍‌ ଏନର୍ଜୀ ସେସ୍‌ ଏବଂ ଓଡ଼ିଶାରୁ ଆଦାୟ ହେଉଥିବା ସେସ୍‌ର ୬୦ ପ୍ରତିଶତ ରାଜ୍ୟକୁ ଦେବାକୁ ଦାବି ରଖିଛନ୍ତି ନବୀନ ।

୨୦୨୦-୨୧ ଆର୍ଥିକବର୍ଷରେ ଓଡ଼ିଶା ୧୫୩.୮୫ ମିଲିଅନ ଟନ୍‌ କୋଇଲା ଉତ୍ପାଦନ କରିଛି । ଯାହା ଦେଶର ଉତ୍ପାଦିତ କୋଇଲାର ୨୫ ପ୍ରତିଶତ । କେନ୍ଦ୍ର ସରକାର ଟନ୍‌ ପିଛା ୪ ଶହ ଟଙ୍କା କ୍ଲିନ ଏନର୍ଜି ସେସ ସଂଗ୍ରହ କରୁଛି । ପ୍ରାୟ ୫୦ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି। ଏହାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୦ ହଜାର କୋଟି ଟଙ୍କା, ଓଡ଼ିଶାର କୋଇଲା ଖଣି ଅଂଚଳର ବିକାଶରେ ବ୍ୟବହାର କରି ହେବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 29, 2021, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.