ETV Bharat / city

ସଂଶୋଧନ ହେବ ଖଣି ନିୟମ, କେନ୍ଦ୍ର ଓ ରାଜ୍ୟ ଖଣିମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା - କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଖଣି ନିୟମରେ ସଂଶୋଧନକୁ ନେଇ କେନ୍ଦ୍ର ଖଣି ମନ୍ତ୍ରୀ ଓ ରାଜ୍ୟ ଖଣି ବିଭାଗର ଆଲୋଚନା ଆଜି ହୋଇଛି । ଖଣି ନିୟମରେ ସଂଶୋଧନ ଓ ପଲିସିରେ ପରିବର୍ତ୍ତନ ହୋଇଛି । ଅଧିକ ପଢନ୍ତୁ...

Union Minister
Union Minister
author img

By

Published : Oct 29, 2021, 8:31 PM IST

ଭୁବନେଶ୍ବର: ଖଣି ନିୟମରେ ସଂଶୋଧନକୁ ନେଇ କେନ୍ଦ୍ର ଖଣି ମନ୍ତ୍ରୀ ଓ ରାଜ୍ୟ ଖଣି ବିଭାଗର ଆଲୋଚନା ଆଜି ହୋଇଛି । ଖଣି ନିୟମରେ ସଂଶୋଧନ ଓ ପଲିସିରେ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଅନେକ କିଛି ପରିବର୍ତ୍ତନ ହୋଇଛି । ତେଣୁ ସେଗୁଡିକ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହେଉଛି ସେ ନେଇ ଓଡିଶା ସରକାରଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।

ସଂଶୋଧନ ହେବ ଖଣି ନିୟମ, କେନ୍ଦ୍ର ଓ ରାଜ୍ୟ ଖଣିମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ବର୍ତ୍ତମାନ ଓଡିଶାରେ 22ଟି ଖଣି କାର୍ଯ୍ୟକ୍ଷମ ଅଛି । ଆଗାମୀ ଦିନରେ ଅଧିକ ଖଣି ନିଲାମ କରିବା ପାଇଁ ଆଲୋଚନା କରାଯାଇଛି । ଓଡିଶା ସରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । କେନ୍ଦ୍ର ସରକାର ଯେଉଁ ନିୟମ ଓ ଆଇନରେ ପରିବର୍ତ୍ତନ କରିଛନ୍ତି । ତାହା ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହାସହ ଓଡିଶା ସରକାର ଯାହା ପରାମର୍ଶ ଦେଇଛନ୍ତି ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଯାହା କେନ୍ଦ୍ର ସରକାର ଚାହୁଁଛନ୍ତି ତାହା ରାଜ୍ୟ ସରକାର କରିବା ସହ ଓଡିଶାର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ରାଜ୍ୟ ଖଣି ମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଆଗକୁ ଅଧିକ ଖଣି ନିଲାମ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି କେନ୍ଦ୍ର ଖଣି ମନ୍ତ୍ରୀ ରାଜ୍ୟ ଖଣି ବିଭାଗ ସହ ହୋଟେଲ ‘ମେ ଫେୟାର’ ରେ ଆଲୋଚନା କରିଛନ୍ତି। ସଂଶୋଧିତ ଖଣି ନିୟମର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.