ETV Bharat / city

8 ଜିଲ୍ଲାରେ ତୈଳ ଓ ଗ୍ୟାସର ସନ୍ଧାନ କରିବ ଅଏଲ ଇଣ୍ଡିଆ: ଧର୍ମେନ୍ଦ୍ର

ମହାନଦୀ ଅବବାହିକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତୈଳ ଓ ଗ୍ୟାସର କରାଯିବ ଅନୁସନ୍ଧାନ । ଗତ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ମନ୍ତ୍ରୀ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

8  ଜିଲ୍ଲାରେ ତୈଳ ଓ ଗ୍ୟାସର ସନ୍ଧାନ କରିବ ଅଏଲ ଇଣ୍ଡିଆ: ଧର୍ମେନ୍ଦ୍ର
8 ଜିଲ୍ଲାରେ ତୈଳ ଓ ଗ୍ୟାସର ସନ୍ଧାନ କରିବ ଅଏଲ ଇଣ୍ଡିଆ: ଧର୍ମେନ୍ଦ୍ର
author img

By

Published : Nov 21, 2020, 9:27 AM IST

ଭୁବନେଶ୍ବର: ମହାନଦୀ ଅବବାହିକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତୈଳ ଓ ଗ୍ୟାସର କରାଯିବ ଅନୁସନ୍ଧାନ । ଏନେଇ ଗତ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ମନ୍ତ୍ରୀ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । 5 ବ୍ଲକର 8 ଜିଲ୍ଲାରେ ସର୍ବେକ୍ଷଣ କରାଯିବ ।

ଧର୍ମେନ୍ଦ୍ରଙ୍କ ଅନୁସାରେ, ଭାରତ ସରକାରଙ୍କ ତୈଳ କମ୍ପାନୀ ଅଲଏ ଇଣ୍ଡିଆ ଲିମିଟେଡ ମହାନଦୀ ଅବବାହିକାରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା , ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କରାଯିବ ସେସମିକ ସର୍ଭେ । ଏଥିପାଇଁ 220 କୋଟି ଟଙ୍କା ସମେତ 1248 କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ବେଷଣ ଡ୍ରିଲି୍ଂ ଅଭିଯାନକୁ ଅଗ୍ରସର କରାଯିବ ।

ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ବେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 5ଟି ବ୍ଲକ ପାଇଁ 3 ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି ।

ଅଏଲ ଇଣ୍ଡିଆ ଲିମିଟେଡ୍ ଦ୍ବାରା ଶୁଭାରମ୍ଭ ହୋଇଥିବା ଅଭିଯାନରେ ଅନ୍ବେଷଣ ସଫଳ ହେଲେ ମହାନଦୀ ଅବବାହିକା ଏବଂ ପାଶ୍ବବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ-ଚେଞ୍ଜର ଭାବେ ଉଭା ହେବ ଓ ଓଡିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏହାସହ ଓଡିଶା ଉର୍ଜା, ଏଲଏନଜି, ତୈଳ ତଥା ଗ୍ୟାସ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.