ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ଭାରତ ବର୍ଷରେ ୧୧- ୧୨ କୋଟି ଟିକା ବିତରଣ ଭିତରେ ୪୫ ଲକ୍ଷ ଟିକା ଓଡିଶାକୁ ଆସିଛି। ଏଠିକାର ସ୍ୱାସ୍ଥ୍ୟ ସଚିବ ଏହି ବିବାଦକୁ ଆରମ୍ଭ କରିଛନ୍ତି ଯେ ରାଜ୍ୟରେ ଟିକାର ଅଭାବ ରହିଛି ।
ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁ ନାହାଁନ୍ତି । ନିଜର ବାହାପିଆପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି ଯେ ରାଜ୍ୟରେ ଟିକା ନାହିଁ ବୋଲି କହିଛନ୍ତି। ରାଜ୍ୟର ସ୍ବାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ମୋର ଅନୁରୋଧ ସମାଜରେ ଏଭଳି ପରିସ୍ଥିତି ତିଆରି ନକରିବା ଦରକାର। ଟିକାର କେବେ ଅଭାବ ହୋଇନାହିଁ ବୋଲି ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ଆଉ 2 ରୁ 3ଟି ଟିକାକୁ ସରକାର ଅନୁମତି ଦେବାକୁ ଯାଉଛନ୍ତି । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ