ETV Bharat / city

13 ରୁ ପିପିଲି ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର - pipili by election update

ପିପିଲି ଉପନିର୍ବାଚନ ପାଇଁ 13 ରୁ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ....

13 ରୁ ପିପିଲି ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

author img

By

Published : Apr 7, 2021, 4:12 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ମତଦାନ ପାଇଁ ତାରିଖ ପାଖେଇ ଆସୁଥିବାବେଳେ ସବୁ ଦଳ ନିଜ ପ୍ରତିଦ୍ବନ୍ଦିଙ୍କ ପ୍ରଚାରକୁ ଯୋରଦାର କରିବାରେ ଲାଗିଛନ୍ତି । ସବୁ ଦଳର ହେଭିଓ୍ବେଟମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିବାବେଳେ ବିଜେପି ମଧ୍ୟ ନିଜ ନିର୍ବାଚନ ପ୍ରଚାରକୁ ବ୍ୟାପକ କରିବାକୁ ଯାଉଛି । 13 ତାରିଖରୁ ଦଳ ପାଇଁ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

13 ରୁ ପିପିଲି ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ତେବେ 13 ତାରିଖରୁ ପିପିଲି ଓ ଡେଲାଙ୍ଗ ସମେତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥାନ ପ୍ରଚର ସହ ଏକାଧିକ ଜନସଭାକୁ ଧର୍ମେନ୍ଦ୍ର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଧର୍ମେନ୍ଦ୍ରଙ୍କ ସମେତ ଦଳର କିଛି କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ପ୍ରଚାରରେ ସାମିଲ ହେବା ନେଇ ମଧ୍ୟ ସୂଚନା ରହିଛି । ତେବେ ଦଳର କେଉଁ କେନ୍ଦ୍ରୀୟ ନେତା ସାମିଲ ହେବା ପାଇଁ ରାଜ୍ୟକୁ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ଦଳ ସ୍ପଷ୍ଟ କରିନାହିଁ ।

ଅନ୍ୟପଟେ କଂଗ୍ରେସ ଓ ଶାସକ ବିଜେଡି ମଧ୍ୟ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାରେ ଲାଗିଛନ୍ତି । ଗତକାଲି ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ । ସେହିପରି ଶାସକ ଦଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଦଳର ହେଭିଓ୍ବେଟଙ୍କ ସହ ନିଜେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିଛନ୍ତି ।

ଭବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.