ଭୁବନେଶ୍ବର: ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ବୁଲବୁଲ। ଏହାର ପ୍ରଭାବରେ ଓଡିଆର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ । ତେବେ ବାତ୍ୟା ବୁଲବୁଲକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି ।
ସେ ଟ୍ବିଟ୍ କରି ଲେଖିଛନ୍ତି, ଏଭଳି ସମୟରେ ସାହସର ସହିତ ସାମନା କରନ୍ତୁ। ଯୁବପିଢି ସାହାଯ୍ୟ ସହଯୋଗର ହାତ ବଢ଼ାନ୍ତୁ। ପ୍ରଶାସନ ତରଫରୁ ଦିଆଯାଇଥିବା ସତର୍କତାକୁ ମାନନ୍ତୁ। ସେହିପରି ଏଭଳି ଘଡିଶନ୍ଧି ମୂହୁର୍ତ୍ତରେ ଲୋକଙ୍କ ପାଖରେ ଛିଡା ହେବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ