ETV Bharat / city

କୋଟିଆ ପ୍ରସଙ୍ଗରେ ଏକତ୍ର ହୋଇ ସମାଧାନ କରିବା ସମୟ ଆସିଛି: ଧର୍ମେନ୍ଦ୍ର

author img

By

Published : Feb 5, 2021, 6:13 PM IST

କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁହିଁ ଖୋଲିଛନ୍ତି । ଆମେ ଦୀର୍ଘ ବର୍ଷ ହେଲା ଏହି ପ୍ରସଙ୍ଗରେ ଅବହେଳା କରି ଆସିଛେ । ହେଲେ ଦଳମତ ନିର୍ବିଶେଷରେ ଏକତ୍ର ହୋଇ ସମାଧାନ କରିବା ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

union minister dharmendra pradhan
କୋଟିଆ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ଏକତ୍ର ହୋଇ ସମାଧାନ କରିବା ସମୟ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ପୁଣି ରାଜ୍ୟ ରାଜନୀତିରେ ଉଷ୍ମତା । ଏପଟେ କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁହିଁ ଖୋଲିଛନ୍ତି । ଆମେ ଦୀର୍ଘ ବର୍ଷ ହେଲା ଏହି ପ୍ରସଙ୍ଗରେ ଅବହେଳା କରି ଆସିଛେ । ହେଲେ ଦଳମତ ନିର୍ବିଶେଷରେ ଏକତ୍ର ହୋଇ ଏହାର ସମାଧାନ କରିବା ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ବର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭାଇ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡ଼ି ରଖିବାକୁ ଯେତିକି ଗୁରୁତ୍ବ ଦେବା କଥା ଆମେ ଦେଇନାହୁଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏବେ ଯେତେବେଳେ ଆନ୍ଧ୍ର ସରକାର କୋଟିଆ ଉପରେ ଅଧିକାର ଜାହିର କରିବା ଆରମ୍ଭ କରିଛି, ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ମୁଁ କୋଟିଆ ଅଞ୍ଚଳ ଗସ୍ତ କରିଥିଲି । ସେ ଅଞ୍ଚଳର ଅଧିବାସୀ ମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ସୀମା ବିବାଦ ବିଷୟରେ ଆଲୋଚନା କରିଛି ବୋଲି ସେ କହିଛନ୍ତି ।

1956 ମସିହାରୁ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆର ସୀମା ବିବାଦ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ।

ସୂଚନାଥାଉକି ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ପଞ୍ଚାୟତର ତିନୋଟି ଗାଁକୁ ନେଇ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ତିନୋଟି ଗ୍ରାମ କୋଟିଆ ପଞ୍ଚାୟତର ହୋଇଥିବାବେଳେ ତାହା ଓଡିଶା ସହ ରହିଛି କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଲୋକଙ୍କୁ ପ୍ରଲୋଭିତ କରି ଧିରେ ଧିରେ ନିଜ ରାଜ୍ୟରେ ମିଶ୍ରଣ କରିବା ଯୋଜନା କରୁଛି । ଯାହାକୁ ନେଇ ଓଡିଶାର ଲୋକପ୍ରତିନିଧି ସହ ଗଣମାଧ୍ୟମ, ସାମାଜିକ ସଂଗଠନ ଓ କୋଟିଆବାସୀ ଆନ୍ଧ୍ରର ଏହି ଦାଦାଗିରିକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.