ETV Bharat / city

OBC Reservation Issue: ଓବିସି ସଂରକ୍ଷଣରେ ସରକାର ଟାଳଟୂଳ ନୀତି ଆପଣାଉଛନ୍ତି - ଓବିସି ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର

ଓବିସି ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର ପରେ ସରଗରମ ରାଜ୍ୟ ରାଜନୀତି । ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧି ବୋଲି ଆକ୍ଷେପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

OBC Reservation Issue: ଓବିସି ସଂରକ୍ଷଣରେ ସରକାର ଟାଳଟୂଳ ନୀତି ଆପଣାଉଥିବା କହିଲେ ଧର୍ମେନ୍ଦ୍ର

author img

By

Published : Dec 24, 2021, 8:30 AM IST

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ପରିବର୍ତ୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିବ । ଓବିସି ସଂରକ୍ଷଣ (OBC Reservation Issue)ନିଷ୍ପତ୍ତି ପ୍ରତ୍ୟାହାର ପରେ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ରାଜ୍ୟ ସରକାର ଓବିସିଙ୍କୁ ଠକିଥିବା ବିରୋଧି ସମାଲୋଚନା କରୁଥିବାବେଳେ ସରକାର ଓବିସି ସଂରକ୍ଷଣ ବିରୋଧି ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।

    — Dharmendra Pradhan (@dpradhanbjp) December 23, 2021 " class="align-text-top noRightClick twitterSection" data=" ">

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ । ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତିରେ ପରିବର୍ତ୍ତନ ପରେ ଟ୍ବିଟ୍ ଯୋଗେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆହୁରିମଧ୍ୟ, ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଓ ଯୁକ୍ତିସଙ୍ଗତ ଦିଗରେ ଯିବା ଭଳି ମନେ ହେଉନାହିଁ । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ରିଭ୍ୟୁ ପିଟିସନ କରିବାକୁ ଯାଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏହାର ପୁର୍ନବିଚାର ପାଇଁ କାହିଁକି ଆବେଦନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ପଛୁଆ ବର୍ଗ ସଂରକ୍ଷଣ ନେଇ ଓଡିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏଥିରୁ ସ୍ପଷ୍ଟ ହେଉଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.