ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ ନେତା ଓ କର୍ମୀ । ରାଜ୍ୟରେ ବିଜେପି କିପରି ଆଗକୁ ବଢିବ ସେ ନେଇ ଜୋରଦାର ପ୍ରସ୍ତୁତି କରିଛି । 2024ରେ ଓଡ଼ିଶା ମୋଦି ମୟ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗତ ଥର ରାଜ୍ୟରେ ବିଜେପି ଦୁଇ ନମ୍ଵରରେ ଥିଲା । ତେଣୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ଷ୍ଟ୍ରାଟେଜି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ । 2024ରେ ଓଡ଼ିଶା ମୋଦି ମୟ ହେଉ ଆମର ଚେଷ୍ଟା ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଆହୁରି କହିଛନ୍ତି, ‘‘ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ହେବା ପ୍ରତି ଓଡ଼ିଆ ଆଉ ମହିଳାଙ୍କ ପ୍ରତି ବଡ ସମ୍ମାନ । ଏହି ପରିପେକ୍ଷୀରେ ମୋଦିଙ୍କ ନେତୃତ୍ବକୁ ଓଡ଼ିଶାରେ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏହା ଦ୍ଵାରା ଓଡ଼ିଶାର ବିକାଶ ହେବ ଆମ ବିଶ୍ଵାସ । ସାରା ଦେଶ ଏବେ ମୋଦି ନେତୃତ୍ବରେ ବିଶ୍ଵାସ କରୁଥିବା’’ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତରେ ସେ ଆଜି (ରବିବାର) ଢେଙ୍କାନାଳ ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର