ETV Bharat / city

‘ଦେଶବାସୀଙ୍କ ମନରେ ଆଶା, ବିଶ୍ବାସ ଓ ସକରାତ୍ମକ ଚିନ୍ତାଧାରା ଭରିବ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା’

author img

By

Published : Apr 21, 2021, 7:52 AM IST

ସଂକ୍ରମଣ କାରଣରୁ ଆଜି ଦେଶ ସଂକଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବେଦନଶୀଳ ବାର୍ତ୍ତା ଦେଇଛନ୍ତି । ଏହା ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା, ବିଶ୍ବାସ ଏବଂ ସକରାତ୍ମକର ସଂଚାର ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ...

union minister dharmendra radhan
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ଦେଶବାସୀଙ୍କ ମନରେ ଭରିବ ଆଶା, ବିଶ୍ବାସ ଓ ସକରାତ୍ମକ ଚିନ୍ତାଧାରା

ଭୁବନେଶ୍ବର: ଦେଶରେ କୋରୋନା ମହାମାରୀ ବଢ଼ୁଛି । ସଂକ୍ରମଣ କାରଣରୁ ଆଜି ଦେଶ ସଂକଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବେଦନଶୀଳ ବାର୍ତ୍ତା ଦେଇଛନ୍ତି । ଏହା ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା, ବିଶ୍ବାସ ଏବଂ ସକରାତ୍ମକର ସଂଚାର ଆଣିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ଜୀବନ ଏବଂ ଅର୍ଥନୀତି ଉଭୟକୁ ରକ୍ଷା କରିବା ପାଇଁ ସମସ୍ତ ସ୍ତରରେ କରାଯାଉଥିବା ପ୍ରୟାସକୁ ଦେଶବାସୀଙ୍କ ସମ୍ମୁଖରେ ସହଜ ଭାବରେ ରଖିଛନ୍ତି । ଏହା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିବ । ୧ ମଇରୁ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବ । ଦେଶରେ ଟିକା ଉତ୍ପାଦନ ବଢ଼ାଇବା ଲାଗି ପ୍ରୟାସ ଜାରି ରହିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଗରିବଙ୍କୁ ମାଗଣାରେ ଟିକା ଦେବାର ବ୍ୟବସ୍ଥା କରାଯାଉଛି । ଶ୍ରମିକଙ୍କୁ ଭରସା ଦେବା ସହ ରାଜ୍ୟ ଗୁଡ଼ିକୁ ଲକଡ଼ାଉନକୁ ଅନ୍ତିମ ବିକଳ୍ପର ବ୍ୟବହାର କରିବାର ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଜି କୁହାଯାଇଥିବା ସମସ୍ତ କଥା ଦେଶବାସୀଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ପାଇଁ ପ୍ରେରିତ କରିବ । ପ୍ରଭୁ ଶ୍ରୀରାମଙ୍କୁ ଆଦର୍ଶ ମାନି କୋଭିଡ ନିୟମ ଗୁଡ଼ିକୁ ପାଳନ କରିବା ସହିତ ପବିତ୍ର ରମଜାନ ଅବସରରେ ଅନୁଶାସନର ପାଳନ କରିବା ଲାଗି ଧର୍ମେନ୍ଦ୍ର ଆହ୍ବାନ ଜଣାଇଛନ୍ତି । ସମାଜର ପୁରୁଷାର୍ଥ ଏବଂ ସଂକଳ୍ପ ଦ୍ବାରା ହିଁ ଆମେ ଏହି ଲଢ଼େଇ ଜିତିପାରିବା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.