ETV Bharat / city

SCBରେ କିଡ଼ନୀ ରୋଗୀଙ୍କୁ ଶସ୍ତା ଔଷଧ, ୮୦ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ - ଏସସିବି ମେଡ଼ିକାଲ ବିରୋଧରେ ଅଭିଯୋଗ

କିଡ଼ନୀ ପ୍ରତିରୋପଣ ହୋଇଥିବା ରୋଗୀଙ୍କୁ SCB ମେଡିକାଲରେ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗରେ ରାଜଧାନୀର ଲୋୟର ପିଏମଜିରେ ଧାରଣା । ଆନ୍ଦୋଳନକାରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

କିଡ଼ନୀ ପ୍ରତିରୋପଣ ରୋଗୀକୁ ଶସ୍ତା ଔଷଧ, ୮୦ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

author img

By

Published : Aug 14, 2022, 10:51 PM IST

ଭୁବନେଶ୍ବର: କିଡ଼ନୀ ପ୍ରତିରୋପଣ ପରେ ରୋଗୀଙ୍କୁ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନ ମିଳିବାରୁ ଲୋୟର ପିଏମଜିରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିଲେ ୮୦ ପରିବାର । ଏ ସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାରଣା ସ୍ଥଳକୁ ଯାଇ ଉକ୍ତ ପରିବାରକୁ ଭେଟି ସେମାନଙ୍କୁ ଦୁଃଖ ବୁଝିଛନ୍ତି ।

କିଡ଼ନୀ ପ୍ରତିରୋପଣ ରୋଗୀକୁ ଶସ୍ତା ଔଷଧ, ୮୦ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଦୀର୍ଘ ଏକ ମାସ ଧରି ଧାରଣାରେ ବସିଛନ୍ତି ଅନେକ ପରିବାର। ଏମାନେ କଟକ ବଡ଼ ମେଡ଼ିକାଲ SCB କଲେଜରେ କିଡ଼ନୀ ପ୍ରତିରୋପଣ ପରେ ସେମାନଙ୍କୁ ସଠିକ ଔଷଧ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଶସ୍ତା ଔଷଧ ରୋଗୀଙ୍କୁ ଦିଆଯାଉଛି । ଏପରିକି ଶସ୍ତା ଔଷଧ ଦେଇ ଅନେକ ରୋଗୀଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ତୁରନ୍ତ ଭଲ ଔଷଧ ଦିଆଯାଉ। ଯାହା ଫଳରେ ଅନେକ ପରିବାରର ନିଜ ଲୋକ ବଞ୍ଚିପାରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ତେବେ ଏହି ପ୍ରସଙ୍ଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ SCB ମେଡିକାଲ କଲେଜର ଅଧୀକ୍ଷକଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ । ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଲୋୟର ପିଏମଜିରେ ବସିଥିବା କିଡ଼ନୀ ପ୍ରତିରୋପଣ ହୋଇଥିବା ରୋଗୀଙ୍କ ପରିବାରକୁ ଭେଟିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସହ କଥା ହେବା ସହ ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.