ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ ସରକାରୀ ସ୍ତରରେ ଓଡିଶାର ସର୍ବବୃହତ ଅଡିଟୋରିୟମ । ଅଡିଟୋରିୟମଟି ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ ହେବେ ବୋଲି କହିଛନ୍ତି ।
-
ଆଜି ଲୋକାର୍ପିତ ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ @SDIBhubaneswar କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଲି । ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ । pic.twitter.com/hxANs45pOK
— Dharmendra Pradhan (@dpradhanbjp) October 6, 2022 " class="align-text-top noRightClick twitterSection" data="
">ଆଜି ଲୋକାର୍ପିତ ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ @SDIBhubaneswar କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଲି । ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ । pic.twitter.com/hxANs45pOK
— Dharmendra Pradhan (@dpradhanbjp) October 6, 2022ଆଜି ଲୋକାର୍ପିତ ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ @SDIBhubaneswar କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଲି । ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ । pic.twitter.com/hxANs45pOK
— Dharmendra Pradhan (@dpradhanbjp) October 6, 2022
ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମରେ ଆମର ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସ୍ଥିତ ଏହି ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ସରକାରୀ ସ୍ତରରେ ଗତକାଲି ଉଦଘାଟିତ ହୋଇଥିବା ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ ।
-
ଓଡ଼ିଆ ପିଲାଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଦିଗରେ ଭୁବନେଶ୍ୱର ସ୍ଥିତ @SDIBhubaneswar ଠାରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ସରକାରୀ ସ୍ତରରେ ଏହି ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ୍ । pic.twitter.com/BrLSwVJHCe
— Dharmendra Pradhan (@dpradhanbjp) October 6, 2022 " class="align-text-top noRightClick twitterSection" data="
">ଓଡ଼ିଆ ପିଲାଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଦିଗରେ ଭୁବନେଶ୍ୱର ସ୍ଥିତ @SDIBhubaneswar ଠାରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ସରକାରୀ ସ୍ତରରେ ଏହି ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ୍ । pic.twitter.com/BrLSwVJHCe
— Dharmendra Pradhan (@dpradhanbjp) October 6, 2022ଓଡ଼ିଆ ପିଲାଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଦିଗରେ ଭୁବନେଶ୍ୱର ସ୍ଥିତ @SDIBhubaneswar ଠାରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ସରକାରୀ ସ୍ତରରେ ଏହି ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ୍ । pic.twitter.com/BrLSwVJHCe
— Dharmendra Pradhan (@dpradhanbjp) October 6, 2022
ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡ଼ିଆଇ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ । କେନ୍ଦ୍ର ଶିକ୍ଷା ମଧ୍ୟ କହିଛନ୍ତି ଯେ ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାକୁ ରାଜ୍ୟରେ କ୍ରିୟାନ୍ୱୟନ କରାଯାଉଛି । “ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ ନୁହେଁ” ।
ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଛି । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । ଶ୍ରେଣୀଗୃହ ସହ ଛାତ୍ରବାସ, ଖେଳ ପଡ଼ିଆ, ଲ୍ୟାବ, ଥିଏଟର ଭଳି ଅତ୍ୟାଧୁନିକ ସୁବିଧା କରାଯାଇଛି । ଏହାସହ ଅଡିଟୋରିୟମରେ ଏକକାଳୀନ ୧୨୦୦ ଲୋକମାନେ ବସିବାର ବ୍ୟବସ୍ଥା କରାଯାଇଛି । ଯେଉଁ କାମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗୀ ହୋଇଛି । ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆଗାମୀ ଦିନରେ ଏହି କ୍ୟାମ୍ପସକୁ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ଅଧିକ ଉଦ୍ୟମ କରାଯିବ ।
-
“ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ” । ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଥିଲା । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । pic.twitter.com/lPQTnXmXyj
— Dharmendra Pradhan (@dpradhanbjp) October 6, 2022 " class="align-text-top noRightClick twitterSection" data="
">“ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ” । ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଥିଲା । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । pic.twitter.com/lPQTnXmXyj
— Dharmendra Pradhan (@dpradhanbjp) October 6, 2022“ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ” । ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଥିଲା । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । pic.twitter.com/lPQTnXmXyj
— Dharmendra Pradhan (@dpradhanbjp) October 6, 2022
ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଳ୍ପାନୁଷ୍ଠାନ, ବିଦେଶରେ ଥିବା ସର୍ଭିସ ଇଣ୍ଡଷ୍ଟ୍ରି ଆଧାରିତ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ପିଲାଙ୍କୁ ଦିଆଯିବ। ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ । ସେହିପରି ଆଗାମୀ ଦିନରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ହେବ, ଯାହା ଦ୍ୱାରା ଯୁବପିଢିମାନେ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର