ETV Bharat / city

ଅକ୍ସିଜେନ ଆବଶ୍ୟକତା: ଉପସାଗରୀୟ ଦେଶର ବରିଷ୍ଠ ନେତାଙ୍କ ଆଲୋଚନା କଲେ ଧର୍ମେନ୍ଦ୍ର

author img

By

Published : May 8, 2021, 9:00 AM IST

ଭାରତରେ ଅକ୍ସିଜେନ ଆବଶ୍ୟକତା ନେଇ ଉପସାଗରୀୟ ଦେଶର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ..

ଅକ୍ସିଜେନ ଆବଶ୍ୟକତା: ଉପସାଗରୀୟ ଦେଶର ବରିଷ୍ଠ ନେତାଙ୍କ ଆଲୋଚନା କଲେ ଧର୍ମେନ୍ଦ୍ର
ଅକ୍ସିଜେନ ଆବଶ୍ୟକତା: ଉପସାଗରୀୟ ଦେଶର ବରିଷ୍ଠ ନେତାଙ୍କ ଆଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: କୋଭିଡ ମୁକାବିଲା ଲାଗି ଦେଶରେ ଆବଶ୍ୟକ ରହିଛି ଅକ୍ସିଜେନ । ଦେଶରେ ଆବଶ୍ୟକ ଥିବା ଅକ୍ସିଜେନ ଚାହିଦା ମେଣ୍ଟାଇବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏନେଇ ଶୁକ୍ରବାର ଉପସାଗରୀୟ ଦେଶର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମାଧ୍ୟମରେ ସାଉଦି ଆରବ, କତାରର ଉର୍ଜା ମନ୍ତ୍ରୀ ଏବଂ ୟୁଏଇର ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍‌, ୟୁଏଇର ଶିଳ୍ପ ଏବଂ ଟେକ୍ନୋଲୋଜି ଏବଂ ଆଦନୋକ ଗ୍ରୁପର ସିଇଓ ଡ . ସୁଲତାନ ଅଲ୍ ଜାବେର ଏବଂ କତାରର ଶକ୍ତି ମନ୍ତ୍ରୀ ତଥା କତାର ପେଟ୍ରୋଲିୟମର ସଭାପତି ସାଦ୍ ଶେରିଦା ଅଲ୍ କାବିଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଏହି ଦେଶର ସମସ୍ତ ମନ୍ତ୍ରୀଗଣ ଭାରତକୁ ଲିକୁଇଡ୍‌ ମେଡ଼ିକାଲ ଅକିଜେନ (ଏଲଏମଓ)ର ବାଣିଜ୍ୟକ ଯୋଗାଣ ପାଇଁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛନ୍ତି ।

ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରେ ଅବସ୍ଥାପିତ ଭାରତୀୟ ଦୂତାବାସଙ୍କ ସକ୍ରିୟ ସହଯୋଗ ଫଳରେ ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶକୁ ଲିକୁଇଡ଼ ମେଡ଼ିକାଲ ଅକ୍ସିଜେନ ଆଣିବେ । କୋଭିଡ ମହାମାରୀର ଦ୍ବିତୀୟ ଲହର ସହ ଭାରତ ଲଢୁଥିବା ବେଳେ ଏହି ସହାୟତା ଯୋଗାଇ ଦେବା ପାଇଁ ଉପସାଗରୀୟ ଦେଶର ନେତୃତ୍ବ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲିକୁଇଡ୍ ସାମଗ୍ରୀ ଆସି ପାରୁଥିବା ଆଇଏସଓ କଣ୍ଟେନର ଭାରତକୁ ଯୋଗାଇଦେବା ପାଇଁ ସହଯୋଗ କରିଥିବାରୁ ସାଉଦି ଆରବର ଉର୍ଜା ମନ୍ତ୍ରୀ, ୟୁଏଇର ଶିଳ୍ପ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ଏବଂ କତାରର ଶକ୍ତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି ।

ଭାରତକୁ ନିରନ୍ତର ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନର ଯୋଗାଣ ପ୍ରତିଶ୍ରୁତି ସ୍ବାଗତଯୋଗ୍ୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଭାରତକୁ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନର ଆମଦାନୀ ବଢ଼ାଇବା ପାଇଁ ସାଉଦିଆରବ, ୟୁଏଇ ଏବଂ କତାର ସହ ଗତ ଏକ ସପ୍ତାହ ଧରି ବିଚାରବିମର୍ଷ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ୟୁଏଇ, କୁଏତ, ବାହରିନ ଏବଂ ସାଉଦି ଆରବରୁ ବିଶେଷ ଭାବରେ ଲିକୁଇଡ୍‌ ମେଡ଼ିକାଲ ଅକିଜେନର ଯୋଗାଣ ଆସୁଥିବାରୁ ଏହାକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି । ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଗୁଡ଼ିକରୁ ମେଡ଼ିକାଲ ଲିକୁଇଡ୍ ଅକିଜେନ୍ ଭାରତକୁ ଆସିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସାଗରୀୟ ଦେଶ ଗୁଡ଼ିକର ନେତୃତ୍ବଙ୍କ ସହ ଘନିଷ୍ଠ ସମ୍ପର୍କର ପ୍ରତିଫଳନ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.