ETV Bharat / city

ଆମେରିକା ଶକ୍ତି ସଚିବଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା - virtual meeting

କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନିଂ ମାଧ୍ୟମରେ ବୈଠକ ହୋଇଛି । ଅଧିକ ପଢନ୍ତୁ...

ଭର୍ଚୁଆଲରେ ଆମେରିକାର ଉର୍ଜା ସଚିବଙ୍କ ସହ ଆଲୋଚନା

author img

By

Published : Mar 30, 2021, 3:44 PM IST

ଭୁବନେଶ୍ବର: ଆମେରିକାର ନୂଆ ଉର୍ଜା ସଚିବଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଭର୍ଚୁଆଲ୍ ବୈଠକ । କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ହୋଇଛି ।

ଭର୍ଚୁଆଲରେ ଆମେରିକାର ଉର୍ଜା ସଚିବଙ୍କ ସହ ଆଲୋଚନା
ଭର୍ଚୁଆଲରେ ଆମେରିକାର ଉର୍ଜା ସଚିବଙ୍କ ସହ ଆଲୋଚନା

ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟଙ୍କ ନେତୃତ୍ବ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡ଼େନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ସ୍ବଚ୍ଛ ଉର୍ଜାର ପ୍ରଚାର ପ୍ରସାର କରିବା, କମ ପ୍ରଦୂଷଣଯୁକ୍ତ ମାର୍ଗ ଆପଣାଇବା ଏବଂ ସବୁଜ ଉର୍ଜା ସହଯୋଗକୁ ତ୍ବରାନ୍ବିତ କରିବା ଦିଗରେ କାମ କରିବା ଉଭୟ ସହମତି ପ୍ରକାଶ କରିଛନ୍ତି। ସ୍ବଚ୍ଛ ଉର୍ଜା କ୍ଷେତ୍ରରେ ଜୈବଇନ୍ଧନ, କାର୍ବନ କ୍ୟାପଚର ଆଣ୍ଡ ଷ୍ଟୋରେଜ(ସିସିୟୁଏସ ), ହାଇଡ୍ରୋଜେନ ଉତ୍ପାଦନ ଏବଂ କାର୍ବନ ଅଧିଗ୍ରହଣ ଏବଂ ଆଡଭାନ୍ସ କ୍ଲିନ୍ ଏନର୍ଜି ରିସର୍ଚ୍ଚରେ ମିଳିତ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ସହମତି ହୋଇଛନ୍ତି ।

ଭାରତ-ଆମେରିକାର ରଣନୈତିକ ଉର୍ଜା ସମ୍ପର୍କର ତୃତୀୟ ବୈଠକ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.