ETV Bharat / city

କୃଷିବୀମା ଓ ସମବାୟ ସମିତି ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି

author img

By

Published : Sep 9, 2022, 1:06 PM IST

ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ କୃଷିବୀମା ଓ ସମବାୟ ସମିତି ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କରିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

କୃଷିବୀମା ଓ ସମବାୟ ସମିତି ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି
କୃଷିବୀମା ଓ ସମବାୟ ସମିତି ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି

ଭୁବନେଶ୍ବର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ (national conference of state cooperation ministers) ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଛନ୍ତି । ବୈଠକରେ କୃଷିବୀମା ଓ ସମବାୟ ସମିତିର ସଂସ୍କାର (Agricultural Insurance and Cooperative Reforms) ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କରିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ରାଜ୍ୟ ସମବାୟ ମନ୍ତ୍ରୀ କହିଛନ୍ତି, ସମବାୟ ବ୍ୟାଙ୍କ, ଚାଷୀ ଏବଂ ସମବାୟ ହିତାଧିକାରୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାରେ ଛନ୍ଦି ହେଉଛନ୍ତି । ନାନାଦି ପ୍ରକାରର କଷ୍ଟ ଏବଂ ଆର୍ଥିକ ସଙ୍କଟ ତଥା ବୀମା କମ୍ପାନୀମାନଙ୍କ ଦ୍ଵାରା ନିଜର ଆର୍ଥିକ ଅଧିକାର ପାଇବାକୁ ବଞ୍ଚିତ ହେଉଛନ୍ତି । ଏହାର ମୂଳକାରଣ ବୀମା କମ୍ପାନୀ ଚାଷୀ ଏବଂ ସମବାୟ ହିତାଧିକାରୀମାନଙ୍କୁ ବିଭିନ୍ନ ସମୟରେ ଗୁରୁତ୍ଵ ନଦେଇ ନିଜର ସ୍ଵାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ତେଣୁ କୃଷିବୀମା ଓ ସମବାୟ ସମିତିର ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କରିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଅନ୍ୟପକ୍ଷରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ସମବାୟ ମନ୍ତ୍ରଣାଳୟ ଏକ ନୂତନ ଜାତୀୟ ସମବାୟ ନୀତି ଓ ଯୋଜନା ପ୍ରଣୟନ କରୁଥିବାରୁ ଏହି ଦୁଇଦିନିଆ ସମ୍ମିଳନୀ ପ୍ରତିଟି ରାଜ୍ୟ ପାଇଁ ସ୍ବତନ୍ତ୍ର ଭାବେ ଗୁରୁତ୍ଵ ବହନ କରୁଛି ।

ଏହା ମାଧ୍ୟମରେ ରାଜ୍ୟର ସମବାୟ ବ୍ୟାଙ୍କ ଗୁଡ଼ିକୁ କିପରି ଅଧିକ ସୁଦୃଢ କରାଯାଇ ସମବାୟ ହିତାଧିକାରୀମାନଙ୍କୁ ମୁଖ୍ୟତଃ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରାଯିବ ସେଥପ୍ରତି ସମ୍ମିଳନୀରେ ରାଜ୍ୟ ମନ୍ତ୍ରୀ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଏହା ସହିତ ଏହାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସରକାର ଯେଉଁଭଳି ଭାବେ ସମବାୟ ହିତାଧିକାରୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି କେନ୍ଦ୍ରର ନୂତନ ସମବାୟ ଯୋଜନାରେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନ ଦେବାକୁ ମଧ୍ୟ ସମ୍ମିଳନୀରେ ଅତନୁ ଦର୍ଶାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଠିକ୍ ସମୟରେ ବୀମା କମ୍ପାନୀମାନଙ୍କଠାରୁ ସହାୟତା ପାଇପାରୁନାହାନ୍ତି ବୋଲି ମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଭାବେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...PCCF ଭାବେ ପଦୋନ୍ନତି ପାଇଲେ ବରିଷ୍ଠ IFS ସୁଶାନ୍ତ ନନ୍ଦ

ଏଥି ସହିତ ବୀମା କମ୍ପାନୀମାନଙ୍କ ଏଭଳି ନୀତିକୁ ବନ୍ଦ କରି ସମବାୟ ହିତାଧିକାରୀଙ୍କୁ ଯଥାଶୀଘ୍ର କିପରି ସେମାନଙ୍କ ବୀମା ରାଶି କମ୍ପାନୀମାନେ ପ୍ରଦାନ କରିବେ ସେଥିପ୍ରତି କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଓଡ଼ିଶାର ଏଭଳି ପ୍ରସଙ୍ଗ ଓ ଯୁକ୍ତିଯୁକ୍ତ ଦାବିକୁ ସମ୍ମିଳନୀରେ ଯୋଗଦେଇଥିବା ଅନେକ ରାଜ୍ୟ ସମର୍ଥନ କରିଛନ୍ତି । ଅଧିକ କେନ୍ଦ୍ରୀୟ ସହାୟତା ଦେବା ସହିତ ରାଜ୍ୟ ସମବାୟ ବ୍ୟାଙ୍କ ଓ ହିତାଧିକାରୀମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଭାରତ ସରକାର ନିଜ ବଜେଟରେ ଯେଉଁ ଅର୍ଥ ବ୍ୟବସ୍ଥା ରଖିଛନ୍ତି , ତାହାକୁ ଖୁବ୍‌ଶୀଘ୍ର ଓଡ଼ିଶାକୁ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅତନୁ କହିବା ସହିତ ସମବାୟ ବ୍ୟାଙ୍କର କମ୍ପ୍ୟୁଟରୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ବୀମା କମ୍ପାନୀମାନଙ୍କ ଦାୟିତ୍ଵବୋଧର ଘୋର ଅଭାବ କାରଣରୁ ଚାଷୀ ଓ ସମବାୟ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟର ମୁକାବିଲା କରିବାକୁ କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରୀ ଉଭୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ପରସ୍ପର ଆଲୋଚନା କରିବାର ଦାୟିତ୍ଵ ରହିଛି । ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବୋଲି ସମ୍ମିଳନୀ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.