ETV Bharat / city

ଆଜିଠୁ 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Aug 6, 2022, 4:04 PM IST

Updated : Aug 7, 2022, 7:32 AM IST

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଟ୍ବିନ ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ । ଅଧିକ ପଢନ୍ତୁ

2 ଦିନିଆ ଓଡିଶା ଗସ୍ତରେ ଅମିତ ଶାହ, ଆଜି ପହଞ୍ଚିବେ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି(ରବିବାର) ଭୁବନେଶ୍ବରରେ ପହଞ୍ଚିବେ । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ ଶ୍ରାବଣ ମାସ ଶେଷ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ଏଥିସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ଶାହ ସାମିଲ ହେବେ । ଏନେଇ ଶନିବାର ରାଜ୍ୟ BJP ସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ ।

ରବିବାର ଓଡିଶା ଆସୁଛନ୍ତି ଅମିତ ଶାହ, ସ୍ବାଗତ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁସାରେ, ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ରାତିରେ ପହଞ୍ଚିବେ । ଦଳୀୟ ନେତା ଓ କର୍ମୀ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ କେନ୍ଦ୍ରମନ୍ତ୍ରୀ ରାତ୍ରି ଯାପନ କରିବେ । ଅଗଷ୍ଟ 8 ତାରିଖ ଶ୍ରାବଣ ମାସ ଶେଷ ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ସେ କଟକ ଗସ୍ତ କରିବେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଭୟ ଭୁବନେଶ୍ୱର ଓ କଟକ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ କଟକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ ଶାହ । ଏଥିସହ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ । ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ । ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସୋମବାର ଅପରାହ୍ନ 5ଟାରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଡ଼ିଜିଟାଲ ଇଣ୍ଡିଆ ପବ୍ଲିସର ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଦି @20ର ବୁକ୍ ରିଡ଼ିଂ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା 6.30ରେ ଭୁବନେଶ୍ୱର ବିମାନବନ୍ଦରରୁ ଫେରିଯିବେ । ଅମିତ ଶାହଙ୍କ ଏହି ଗସ୍ତ ଓଡିଶାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଭରି ଦେଇଛି । ତେଣୁ ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି । କଟକ ଗସ୍ତ ସମୟରେ ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କଟକ ଫୁଲନଖରା ଛକ, ଲିଙ୍କ ରୋଡ, ନିଶାମଣି ହଲ, ପାଲା ମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର, ସେମିନାର ଛକ ଓ ଦର୍ଘା ବଜାର ଛକ ଦେଇ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଶାହଙ୍କୁ ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ଫେରିବାବେଳେ ତିନିକୋଣିଆ ବଗିଚା, ବକ୍ସି ବଜାର, ଚଣ୍ଡୀ ମନ୍ଦିର ଛକ, ବାରବାଟି ଦୁର୍ଗ ଓ କଲେଜ ଛକ ଦେଇ ପ୍ରତ୍ୟାବର୍ତ୍ତନ କରିବେ । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଢଙ୍ଗରେ ଅମିତ ଶାହଙ୍କୁ ସ୍ୱାଗତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 7, 2022, 7:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.