ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆସନ୍ତା ୨୮, ୨୯ ଓ ୩୦ ତିନ ଦିନିଆ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ । ସେ ପାରାଦୀପ ପୋର୍ଟ, ଏନଟିପିସି କଣିହାଁ ପରିଦର୍ଶନ କରିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ।
୨୯ ତାରିଖରେ ରାଜ୍ୟ ଓ କେନ୍ଦ୍ରର ଖଣି ଓ କୋଇଲା ବିଭାଗର ସଚିବଙ୍କ ସହିତ ଆଲୋଚନା କରିବେ। ଏହା ସହ MCL, NALCOର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହାର ପରିଚାଳନା ଅଧିକାରୀଙ୍କ ସହ ଆଲୋଚନା କିରବେ। ଏହା ପରେ ଓଡିଶାର କୋଇଲା ଓ ଖଣି ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ। ରାଜ୍ୟର ବିଭିନ୍ନ ଖଣିର ଉତ୍ତୋଳନ ସମସ୍ୟା ଓ ଖଣି ସମସ୍ୟାକୁ ନେଇ ଆଲୋଚନା କରାଯିବ।
ଦେଶରେ ଦେଖା ଦେଇଥିବା ବିଦ୍ୟୁତ ସଂକଟକୁ ନେଇ ଦେଶର ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ରର କୋଇଲା ସଂକଟକୁ ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ