ETV Bharat / city

ଆଉ ଆସିବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ, ପରିବହନ ବିଭାଗରେ ବଡ ଛଟେଇ

author img

By

Published : Dec 29, 2021, 8:34 AM IST

Updated : Dec 29, 2021, 10:32 AM IST

ପରିବହନ କାର୍ଯ୍ୟାଳୟ (Regional Transport Office)ରେ ୧୫ ବର୍ଷ ଖଟିବା ପରେ ଚାକିରୀ ହରାଇବାକୁ ଯାଉଛନ୍ତି ୩୫୦ କର୍ମଚାରୀ। କାରଣ ସରକାର ବନ୍ଦ କରିବାକୁ ଯାଉଛନ୍ତି ସ୍ମାର୍ଟକାର୍ଡ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ କାର୍ଡ। ଯାହାକୁ ନେଇ ଏବେ ପରିବହନ ବିଭାଗରେ ଅଧାରୁ ଅଧିକ କର୍ମଚାରୀଙ୍କ ମଧ୍ୟରେ ପଡିଛି ଭାଳେଣି। ଅଧିକ ପଢନ୍ତୁ

Transportatioଆଉ ଆସିବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସn

ଭୁବନେଶ୍ବର: ପରିବହନ କାର୍ଯ୍ୟାଳୟ (Regional Transport Office)ରେ ୧୫ ବର୍ଷ ଖଟିବା ପରେ ଚାକିରୀ ହରାଇବାକୁ ଯାଉଛନ୍ତି ୩୫୦ କର୍ମଚାରୀ। କାରଣ ସରକାର ବନ୍ଦ କରିବାକୁ ଯାଉଛନ୍ତି ସ୍ମାର୍ଟକାର୍ଡ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ କାର୍ଡ । ଯାହାକୁ ନେଇ ଏବେ ପରିବହନ ବିଭାଗରେ ଅଧାରୁ ଅଧିକ କର୍ମଚାରୀଙ୍କ ମଧ୍ୟରେ ପଡିଛି ଭାଳେଣି ।

ଆଉ ଆସିବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ: ପରିବହନ ବିଭାଗରେ ଚାଲିଛି ଛଟେଇ

କାରଣ ଆସନ୍ତା ୩୧ ତାରିଖରୁ ନିଜର ୧୫ ବର୍ଷର ଖଟଣି ପରେ ଏବେ ହରାଇବେ ଚାକିରୀ। ପରିବାର ପ୍ରତିପୋଷଣ ଓ ଭରଣ ପୋଷଣ ନେଇ ଏବେ ଆଶଙ୍କାରେ ଆରଟିଓ ଅଫିସରେ ଆଉଟସୋର୍ସିଂରେ କାମ କରୁଥିବା ଏହି ସ୍ମାର୍ଟକାର୍ଡ କର୍ମଚାରୀ। ତେବେ ଡିଜିଟାଇଜେସନ ଆଳରେ ଯେ ଛଟେଇ ନ ହେଉ ସେ ନେଇ ହାଇକୋର୍ଟ ଦେଇଛନ୍ତି କଡା ନିର୍ଦେଶ।

ଆଉ ଆସିବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ, ପରିବହନ ବିଭାଗରେ ଚାଲିଛି ଛଟେଇ

ଏହି ଆଉଟସୋର୍ସିଂ କର୍ମଚାରୀଙ୍କ ପିଟିସନରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ମାର୍ଟକାର୍ଡ ଅପରେଟରଙ୍କୁ ଚାକିରୀ ନିୟମିତ କରିବା ସହ ବକେୟା ଅର୍ଥ ଓ ନିୟମିତ ଦରମା ପ୍ରଦାନ ପାଇ ନିର୍ଦେଶ ଦେଇଥିଲେ । ହେଲେ ଏଯାବତ କୌଣସି ବିଜ୍ଞପ୍ତି ବାହାର‌ କରିନାହାନ୍ତି ସରକାର । ଏବେ ପରିବହନ ବିଭାଗର ନିଷ୍ପତି ଯୋଗୁଁ ଏବେ ୩୫୦ ସ୍ମାର୍ଟ କାର୍ଡ ଅପରେଟରଙ୍କ ପରିବାର‌ ଉପରେ ପଡିବାକୁ ଯାଉଛି ପରିବହନ ବିଭାଗର ଛଟେଇ ଆତଙ୍କ। ପରିବହନ କାର୍ଯାଳୟରେ ହେଉଥିବା ଦୁର୍ନୀତି ରୋକିବାକୁ ଡିଜିଟାଇଜେସନ ଜରିଆରେ ୨୦୦୬ ରୁ ଇ-ଗଭର୍ନାନ୍ସ ଜରିଆରେ ଆରମ୍ଭ ହୋଇଥିଲା ସ୍ମାର୍ଟକାର୍ଡ ସିଷ୍ଟମ । ଆଗରୁ ଖାତା ଓ ବହି ଭଳି ହାତ ଲେଖା ଥିବା ଡିଏଲ ଓ ରେଜିଷ୍ଟ୍ରେସନ କାର୍ଡକୁ ଡିଜିଟାଇଲେଜସନ ଜରିଆରେ ସ୍ମାର୍ଟ କାର୍ଡ ଲାଗୁ ହୋଇଥିଲା। ସେବେଠାରୁ ସ୍ମାର୍ଟ ଚିଫ କମ୍ପାନୀ ସହ ଚୁକ୍ତି ଆଧାରରେ ରାଜ୍ୟର ପରିବହନ କାର୍ଯାଳୟରେ କାମ କରୁଥିଲେ ସ୍ମାର୍ଟ କାର୍ଡ ଅପରେଟର। କେବଳ ସେତିକି ନୁହେଁ ଜୁଲାଇ ୨୦୨୧ପର୍ଯନ୍ତ ୧୫ ବର୍ଷ ଏଗ୍ରିମେଣ୍ଟ ଶେଷ ହୋଇଥିଲା। ହେଲେ କରୋନା ପାଇ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଉ ୫ ମାସ ପର୍ଯନ୍ତ କାର୍ଯକାଳ ଏମାନଙ୍କ କାର୍ଯକୁ ବୃଦ୍ଧି କରିଥିଲେ ପରିବହନ ବିଭାଗ। ଯାହା ଜରିଆରେ ସେମାନଙ୍କ କାର୍ଯକାଳ ଅବଧି ବଢାଯାଇଥିଲା ୩୧ଡିସେମ୍ବର ପର୍ଯନ୍ତ ।

ହେଲେ ଏବେ ସ୍ମାର୍ଟ କାର୍ଡ ହଟାଯାଇ ଏବେ ପିଡିଏଫ (PDF File) ଜରିଆରେ ଏସବୁ ଦେବା ପାଇ ନିଷ୍ପତି ନେଇଛନ୍ତି ପରିବହନ ବିଭାଗ। ଯାହା ପାଇ ଏନେଇ ଚାକିରୀ ହରାଇବାକୁ ଯାଉଛନ୍ତି ୩୫୦ କର୍ମଚାରୀ। ଗତ ୨୧ ତାରିଖରେ ହାଇକୋର୍ଟ ରାୟ ସତ୍ବେ ଏନେଇ ପରିବହନ ବିଭାଗ କୌଣସି ‌ନିଷ୍ପତି ନେଉନାହିଁ। ଅନ୍ୟପଟେ ଏମାନଙ୍କ ଛଟେଇ ପରେ ଲର୍ଣ୍ଣିଙ୍ଗ ଓ ଡ୍ରାଇଭିଂ ଲାଇସେନ୍ସ କାମରେ ବାଧା ଆସିବା ଆଶଙ୍କା କରି ଏବେ ନୁତନ ୧୬୦ ଟି ପୋଷ୍ଟ ବାହାର କରିଛି ପରିବହନ ବିଭାଗ।

ଯେଉଁଠାରେ ଆରଟିଓ ଅଧିକାରୀ ନିଜ ହିସାବରେ ନୂତନ ନିଯୁକ୍ତି ପାଇ ଯୋଜନା‌ ଚଳାଇଛନ୍ତି। ହେଲେ ଏପଟେ ଏମାନଙ୍କ ଛଟେଇ ଏମାନଙ୍କ ପାଇ ଚିନ୍ତାଜନକ ହୋଇଛି। ତେବେ ପ୍ରଶ୍ନ ଉଠୁଛି ରାଜ୍ୟରେ ସ୍ମାର୍ଟ କାର୍ଡ ଜରିଆରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି କାର୍ଡ ବଣ୍ଟାଯାଉଥିବା ବେଳେ ପରିବହନ‌ବିଭାଗର ଏଭଳି ପିଡିଏଫ ଫର୍ମାଟରେ ଡିଏଲ ଓ ରେଜିଷ୍ଟ୍ରେସନ କରିବା ନିଷ୍ପତି କେତେଦୁର ସ୍ବଛତା ରହିବ। ଏକ ପରିଚୟପତ୍ର ଭାବେ ବିବେଚିତ ହେଉଥିବା ଡିଏଲ ଓ ରେଜିଷ୍ଟ୍ରେସନ ପିଡିଏଫରେ ଆସିଲେ ଏହା ଟାମ୍ପରି ହେବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ।

ତେବେ ଦେଖିବାର କଥା ୧୫ ବର୍ଷ RTO ରେ ଖଟଣି ପରେ ଏମାନଙ୍କ ପାଇଁ ପରିବହନ ବିଭାଗ କ'ଣ ନିଷ୍ପତି ନେଉଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 29, 2021, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.