ETV Bharat / city

'କୋଭିଡ ପରିଚାଳନା ପାଇଁ ଗଠନ ହେଉ ୱାର୍ଡ ସ୍ତରୀୟ କମିଟି'

author img

By

Published : May 18, 2021, 7:36 PM IST

ଜିଲ୍ଲାସ୍ତରରେ କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖାଲି ସେତିକି ନୁହେଁ କୋଭିଡ ପରିଚାଳାନା ପାଇଁ ରାଜ୍ୟ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖିଛନ୍ତି ନିତ୍ୟାନନ୍ଦ । ଅଧିକ ପଢ଼ନ୍ତୁ...

'କୋଭିଡ ପରିଚାଳନା ପାଇଁ ଗଠନ ହେଉ ୱାର୍ଡ ସ୍ତରୀୟ କମିଟି'
'କୋଭିଡ ପରିଚାଳନା ପାଇଁ ଗଠନ ହେଉ ୱାର୍ଡ ସ୍ତରୀୟ କମିଟି'

ଭୁବନେଶ୍ବର: ଜିଲ୍ଲାସ୍ତରରେ କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖାଲି ସେତିକି ନୁହେଁ କୋଭିଡ ପରିଚାଳାନା ପାଇଁ ରାଜ୍ୟ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖିଛନ୍ତି ନିତ୍ୟାନନ୍ଦ । ଜିଲ୍ଲାର ଥିବା ପ୍ରତି ପଞ୍ଚାୟତ ଗୁଡିକରେ ଟିଏମସି ଗୁଡିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ।

କୋରୋନା ମୁକାବିଲା ପାଇଁ ସମସ୍ତ ଟେଷ୍ଟିଂକେନ୍ଦ୍ରରେ ପଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି । ଖାଲି ସେତିକି ନୁହେଁ, କୋରୋନା ଯାଞ୍ଚ ପାଇଁ ଟେଷ୍ଟିଂ ସେଣ୍ଟର ମଧ୍ୟ ବଢାଇବା ପାଇଁ ଦାବି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

କୋରୋନା ଲଢ଼େଇ ପାଇଁ ପଞ୍ଚାୟତ, ବ୍ଲକ ଓ ୱାର୍ଡ ସ୍ତରରେ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସ୍ବେଚ୍ଛାସେବୀଙ୍କୁ ନେଇ ଏକ କମିଟି ଗଠନ କରାଯାଉ ବୋଲି କହିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । କୋରୋନାରୁ ବର୍ତ୍ତିବା ପାଇଁ ଲୋକମାନେ ମଧ୍ୟ ସଚେତନ ହେବା ଆବଶ୍ୟକ । ଲୋକଙ୍କ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରିବା ପାଇଁ ସେ ଅପିଲ କରିଛନ୍ତି।

ରାଜ୍ୟରେ କୋରୋନା ଉପରମୁହାଁ ରହିଛି । ଏଭଳିସ୍ଥିତିରେ ଲୋକଙ୍କୁ ସଚେତନ ହେବାକୁ ରାଜ୍ୟ ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.