ETV Bharat / city

Ukraine War Effect: ସ୍ବଦେଶରେ କ୍ଲିନିକାଲ ପ୍ରାକ୍ଟିସ ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ - କ୍ଲିନିକାଲ ପ୍ରାକ୍ଟିସ ପାଇଁ ଛାତ୍ରଛାତ୍ରୀଙ୍କ ଅନୁରୋଧ

ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଭାରତୀୟ ମେଡିକାଲ ଛାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି । ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ସ୍ବଦେଶରେ କ୍ଲିନିକାଲ ପ୍ରାକ୍ଟିସ ପାଇଁ ସରକାରଙ୍କୁ କରିଛନ୍ତି ଅନୁରୋଧ । ଅଧିକ ପଢନ୍ତୁ

Ukraine War Effect: ସ୍ବଦେଶରେ କ୍ଲିନିକାଲ ପ୍ରାକ୍ଟିସ ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ

author img

By

Published : Mar 27, 2022, 7:20 PM IST

Updated : Mar 27, 2022, 7:40 PM IST

ଭୁବନେଶ୍ବର: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଏହି ଲଢେଇରେ ବଳି ପଡିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ୟୁକ୍ରେନରେ ପଢ଼ୁଥିବା ମେଡ଼ିକାଲ ଛାତ୍ରଛାତ୍ରୀ ମାନେ ଏବେ ସ୍ବଦେଶ ଫେରିଛନ୍ତି । ନିଜ ଦେଶରେ ହେଉ ବା ରାଜ୍ୟରେ ହେଉ ପାଠ ପଢିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

Ukraine War Effect: ସ୍ବଦେଶରେ କ୍ଲିନିକାଲ ପ୍ରାକ୍ଟିସ ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ

ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଏହି ଲଢେଇରେ ବଳି ପଡିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ୟୁକ୍ରେନରେ ପଢ଼ୁଥିବା ମେଡ଼ିକାଲ ଛାତ୍ରଛାତ୍ରୀ ଏବେ ସ୍ବଦେଶ ଫେରିଛନ୍ତି । ପାଠପଢା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । ଏନେଇ ଆଜି ଏକ କର୍ମଶାଳା ଆୟୋଜନ ହୋଉଥିଲା । ଯେଉଁଥିରେ ୟୁକ୍ରେନରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଅଂଶଗ୍ରହଣ କରିଛନ୍ତି । କିଭଳି ଭାବରେ ପାଠ ପଢ଼ାଯିବ? ପିଲାମାନେ ସମସ୍ତ ସୁବିଧା ପାଇପାରିବେ କି ନାହିଁ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଛାତ୍ରଛାତ୍ରୀ ନିଜ ଦେଶରେ ରହି ମଧ୍ୟ ପାଠ ପଢିବେ ଏବଂ ପ୍ରାକ୍ଟିକାଲ ମଧ୍ୟ କରିପାରିବେ। ଏନେଇ ଜଣେ 5ମ ବର୍ଷର ଛାତ୍ରୀ ସୌମ୍ୟା ମିଶ୍ର କହିଛନ୍ତି ଯେ ୟୁକ୍ରେନରୁ ଯେଉଁଭଳି ଭାବରେ ରାଜ୍ୟ ଓ କେନ୍ଦ୍ର ସରକାର ଯୁଦ୍ଧ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଆଣିଛନ୍ତି ସେନେଇ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଖୁବଶୀଘ୍ର ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଲିନିକାଲ ପ୍ରାକ୍ଟିସ ପାଇଁ ସୁଯୋଗ ଯୋଗାଇ ଦିଆଯାଉ।

ଯାହା ଫଳରେ କିଛି ହସ୍ପିଟାଲରେ କାମ କରିବାର ସୁଯୋଗ ମଧ୍ୟ ମିଳିପାରିବ। ଏପଟେ ଅନ୍ୟ ଜଣେ ଛାତ୍ର ସିଦ୍ଧାନ୍ତ କହିଛନ୍ତି ଯେ ବର୍ତ୍ତମାନ ସମୟରେ ମଧ୍ୟ ୟୁକ୍ରେନରେ ଯୁଦ୍ଧ ଚାଲିଛି। ପାଠପଢ଼ାକୁ ନେଇ ଦ୍ଵନ୍ଦ୍ବରେ ରହିଛୁ । କେତେବେଳେ କଣ ହେବ କହି ହେବନାହିଁ। ସମସ୍ତ ଛାତ୍ରଛାତ୍ରୀ ମେଡ଼ିକାଲ ରେ ପିଲାଙ୍କୁ ପାଠପଢିବା ପାଇଁ ସୁଯୋଗ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଗ୍ଲୋବାଲ ଏଜେନ୍ସିର ମୁଖ୍ୟ ଡ଼ଃ ସ୍ବାଧୀନ କହିଛନ୍ତି ଯେ ୟୁକ୍ରେନର ପରିସ୍ଥିତରେ ଏବେ ପାଠପଢ଼ା ସମ୍ଭବ ନୁହେଁ ।

ଏଣୁ କୌଣସି ନା କୌଣସି ଦେଶ ହେଉ ବା ଭାରତରେ ହେଉ ପିଲାଙ୍କୁ ବର୍ତ୍ତମାନ ସମୟରେ ପାଠପଢ଼ା ହୋଇପାରିବ। ସେନେଇ ଆଜି ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଓ ଜାତୀୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ରାଜ୍ୟ ହେଉ ଅବା ଦେଶରେ ଯେକୌଣସି ହସ୍ପିଟାଲରେ ଛାତ୍ରଛାତ୍ରୀମନଙ୍କୁ ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 27, 2022, 7:40 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.