ETV Bharat / city

ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଟଙ୍କା ହଡ଼ପ ଘଟଣା: ମ୍ୟାନେଜର ଆକାଉଣ୍ଟାଣ୍ଟ ଗିରଫ

ଓଟିଡିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟରୁ ୧୭ ଲକ୍ଷରୁ ଅଧିକ ଟଙ୍କା ହଡପ । ଏହି ଘଟଣାରେ ବନ୍ଧା ହେଲେ ମ୍ୟାନେଜର ଆକାଉଣ୍ଟାଣ୍ଟ । ଅଧିକ ପଢନ୍ତୁ

ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଟଙ୍କା ହଡ଼ପ ଘଟଣା: ଦୁଇ କର୍ମଚାରୀ ଗିରଫ

author img

By

Published : Jul 21, 2022, 5:45 PM IST

ଭୁବନେଶ୍ବର: ଓଟିଡିସି ଦ୍ବାରା ପରିଚାଳିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟରୁ ଲକ୍ଷାଧିକ ଟଙ୍କା ହଡପ । ଏନେଇ ଥାନାରେ ଏତଲା ଦେଇଥିଲେ ଡିଭିଜନାଲ ମ୍ୟାନେଜର । ଥାନାରେ ଏତଲା ଦିଆଯିବା ପରେ ବନ୍ଧା ହୋଇଛନ୍ତି ନିମନ୍ତ୍ରଣର ଦୁଇ କର୍ମଚାରୀ । ଦୁଇ ଜଣ ମିଳିତ ଭାବେ ଆତ୍ମସାତ କରିଥିଲେ ୧୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଜଣେ ୧୦ ଲକ୍ଷ ଆଉ ଜଣେ ୭ ଲକ୍ଷ ନେଇଛନ୍ତି । ଏହି ଘଟଣାରେ ଇନଚାର୍ଚ ମ୍ଯାନେଜର ରାଜା ଅର୍ଦ୍ଧେନ୍ଦୁ ମହାନ୍ତି ଓ ଆସିଷ୍ଟାଣ୍ଟ ଆକାଉଣ୍ଟସ୍ ମ୍ଯାନେଜର ସୁନୀଲ ଘଡେଇଙ୍କୁ ଗିରଫ କରିଛି ସହିଦନଗର ପୋଲିସ ।

ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଟଙ୍କା ହଡ଼ପ ଘଟଣା: ଦୁଇ କର୍ମଚାରୀ ଗିରଫ

ମୁଖ୍ୟ ଅଭିଯୁକ୍ତ ସୁନୀଲ ଘଡେଇ ହଡପ କରିଥିବା ହଡପ ଟଙ୍କାକୁ ନେଇ ଅନଲାଇନ ଗେମ୍ବଲିଂରେ ଲଗାଉଥିଲେ । ସେହିପରି ଅନ୍ୟତମ ଅଭିଯୁକ୍ତ ରାଜା ଅର୍ଦ୍ଧେନ୍ଦୁ ମହାନ୍ତି ଟଙ୍କା ହଡପ କରିଥିବା ନେଇ ସ୍ବୀକାର କରିଛନ୍ତି ବୋଲି ପୋଲିସ କହିଛି ।

ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଂଚ କରୁଛି ପୋଲିସ । ସେହିପରି ଏହି ଅର୍ଥ ଆତ୍ମସାତ ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେନେଇ ଅନ୍ଯ ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରୁଛି ପୋଲିସ । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏମାନଙ୍କ ଚେର କେଉଁ ଯାଏ ଲମ୍ବଛି ତାର ଖୋଳତାଡ ଆରମ୍ଭ ହୋଇଛି ବୋଲି ଏସିପି ସଞ୍ଜିବ ଶତପଥି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.