ETV Bharat / city

ଉପସ୍ଥିତ ବୁଦ୍ଧିରୁ ପ୍ରଶଂସା ସାଉଣ୍ଟିଲେ ଟ୍ରାଫିକ ପୋଲିସ - ଟ୍ରାଫିକ ପୋଲିସ

ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ  ଜଣେ ଯୁବତୀଙ୍କୁ ମିଳିଛି ଜୀବନ । ଆଉ ପ୍ରମାଣ କରି ଦେଇଛନ୍ତି ଟ୍ରାଫିକ ପୋଲିସର ସେହି ଟ୍ୟାଗଲାଇନ we care we dare ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 7:48 PM IST

ଭୁବନେଶ୍ବର: ପ୍ରଶଂସିତ ହେଲେ ଟ୍ରାଫିକ ପୋଲିସ । ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବତୀଙ୍କୁ ମିଳିଛି ଜୀବନ । ଟ୍ରାଫିକ ପୋଲିସଙ୍କ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଦୁଇ ଜଣ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେ ଦୁଇଜଣ ହେଲେ ହାବିଲଦାର ପ୍ରଦ୍ୟୁମ କୁମାର ସାହୁ ଓ କନେଷ୍ଟବଳ ତପନ ସାହୁ । ଆଉ ପ୍ରମାଣ କରିଦେଇଛନ୍ତି ଟ୍ରାଫିକ ପୋଲିସର ସେହି ଟ୍ୟାଗଲାଇନ we care we dare ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଫୁଲବାଣୀର କୁନ୍ତଳା ନାୟକ ପରିବାର ସହ ପୁରୁଣା ଭୁବନେଶ୍ବରରେ ରୁହନ୍ତି । ଗତକାଲି ସନ୍ଧ୍ୟା ସମୟରେ କୁନ୍ତଳା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡିବାକୁ ଖଣ୍ଡଗିରି ଛକକୁ ଯାଇଥିବା ସମୟରେ ଯୁବତୀ ଜଣଙ୍କ ହଠାତ୍ ରାସ୍ତାରେ ପଡ଼ିଯାଇଥିଲେ । ଯାହାକୁ ଡ୍ୟୁଟିରେ ଥିବା ଦୁଇ ହାବିଲଦାର ଦେଖିବା ପରେ ସଙ୍ଗେସଙ୍ଗେ ଯୁବତୀଙ୍କ ପାଖକୁ ଯାଇଥିଲେ ଆଉ ତୁରନ୍ତ ଏକ ଅଟୋରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ।

ଦୀର୍ଘ ସମୟ ପରେ ଯୁବତୀର ସ୍ଵାସ୍ଥ୍ୟ ଅବସ୍ଥା ଠିକ ହୋଇଥିଲା । ତେବେ ଠିକ ସମୟରେ ଯୁବତୀଙ୍କୁ ମେଡିକାଲକୁ ଆଣିଥିବାରୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ଜଣାପଡିଛି । ଟ୍ରାଫିକ ପୋଲିସଙ୍କ ଏହି ମହାନତାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ କମିଶନର ନିଜେ ଉକ୍ତ ଦୁଇ ଟ୍ରାଫିକ ପୋଲିସଙ୍କୁ କମିସନରେଟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ଯୁବତୀଙ୍କ ଜୀବନ ବଞ୍ଚାଇ ପ୍ରଶଂସିତ ହେଲେ ଦୁଇ ଟ୍ରାଫିକ ପୋଲିସ।

ୱି କେୟାର ୱି ଡେୟାର ର ପ୍ରମାଣ କରିଛନ୍ତି ଦୁଇ ଟ୍ରାଫିକ ପୋଲିସ।ଦୁଇ ଜଣ ଟ୍ରାଫିକ ପୋଲିସ କର୍ମଚାରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବତୀ ନୂଆ କରି ଜୀବନ ପାଇଛି। ଏଥିରେ ପ୍ରଭାବିତ ହୋଇ ପୋଲିସ କମିସନର ସତ୍ୟଜିତ ମହାନ୍ତି ଦୁଇ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସୂଚନା ଅନୁଯାୟୀ , ଫୁଲବାଣୀର କୁନ୍ତଳା ନାୟକ ପରିବାର  ସହ ପୁରୁଣା ଭୁବନେଶ୍ୱର ରେ ରୁହନ୍ତି। ଗତକାଲି ସନ୍ଧ୍ୟା ସମୟରେ କୁନ୍ତଳା ଜଣେ ସଂପ୍ରକିୟ ଙ୍କୁ ଚାଡିବା ପାଇଁ ଖଣ୍ଡଗିରି ଛକକୁ ଯାଇଥିଲେ। ଃହ ଠାତ ଯୁବତୀ ଜଣଙ୍କ ରାସ୍ତାରେ ପଡ଼ିଯାଇଥିଲି। ଏହି ସମୟରେ ଖଣ୍ଡଗିରି ଛକ ନିକଟରେ ଦ୍ୟୁଟି କରୁଥିବା ଦୁଇ ହାବିଲ ଦାର ପ୍ରଦ୍ୟୁମ୍ କୁମାର ସାହୁ ଓ କନେଷ୍ଟବଳ ତପନ ସାହୁ। ଯୁବତୀ ଜଣଙ୍କ ପଡିଯିବାରୁ ଦେଖି ଦୁଇ ଟ୍ରାଫିକ ପୋଲିସ ସଙ୍ଗେ ସଙ୍ଗେ ଯୁବତୀଙ୍କ ପାଖ କୁ ଯାଇଥିଲେ। ଘଟଣା ସ୍ଥଳରେ ଯୁବତୀ ନିଃଶ୍ୱାସ ପ୍ରସ୍ୱସ୍ ନେଇପାରୁନଥିବା ବେଳେ ଡେରି ନା କରି ତୁରନ୍ତ ଏକ ଅଟୋ ରେ ଉକ୍ତ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ଆଣିଥିଲେ। ଦ୍ରିଘ ସମୟ ପରେ ଯୁବତୀର ସ୍ଵାସ୍ଥ୍ୟ ଅବସ୍ଥା ଠିକ ହୋଇଥିଲା। 
ତେବେ ଏପରି ପୋଲିସ ର ମହାନତା କୁ ସମସ୍ତ ମହଲରେ ପ୍ରଶଂସା ର ସୁଅ ଛୁଟିଛି। ନିଜେ କମିଶନରଙ୍କ ଉପସ୍ଥିତି ରେ ଉକ୍ତ ଦୁଇ ଟ୍ରାଫିକ ପୋଲିସ ଙ୍କୁ କମିସନରେଟ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଛି। ତେବେ ଏପରି କାର୍ଯ୍ୟ କୁ କମିଶନର ପ୍ରଶଂସା କରିଛନ୍ତି। 

Visual send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.