ETV Bharat / city

ଆକ୍ସନ ମୁଡ଼ରେ ବିଜେଡି: ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ନେତା - ଦୁଇ ବରିଷ୍ଠ ବିଜେଡି ନେତା ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ ବିଜେଡି ନେତା ନିଲମ୍ବିତ । ଦଳରୁ ବିଦା ହେଲେ ପାରଳାଖେମୁଣ୍ଡିର ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଗଜପତି ଜିଲ୍ଲାର ଉପ ସଭାପତି କେ ଆପ୍ପାରାଓ । ଅଧିକ ପଢନ୍ତୁ

ଦଳ ବିରୋଧି କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ BJD ନେତା ନିଲମ୍ବିତ

author img

By

Published : Apr 26, 2022, 11:12 AM IST

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବରିଷ୍ଠ ନେତା(two senior bjd leader suspended) । ପାରଳାଖେମୁଣ୍ଡିର ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲାର ଉପସଭାପତି କେ ଆପ୍ପାରାଓ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

ଦଳ ବିରୋଧି କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ BJD ନେତା ନିଲମ୍ବିତ
ଦଳ ବିରୋଧି କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ BJD ନେତା ନିଲମ୍ବିତ

ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ନେତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛି । ଏବେ ପୁଣି ଏହି ଘଟଣାରେ ଦୁଇ ବରିଷ୍ଠ ନେତା ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ କେ ଆପ୍ପାରାଓ ଦୀର୍ଘ ଦିନ ହେଲା ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଇଥିଲେ । ଏହି ଅଭିଯୋଗର ପ୍ରମାଣ ମିଳିବା ପରେ ଉଭୟଙ୍କୁ ବିଜେଡି ସଭାପତି ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.