ଭୁବନେଶ୍ବର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଭୁବନେଶ୍ବରର ଦୁଇଟି ସ୍ଥାନ ବମିଖାଲ ଓ ଭିଏସ୍ଏସ୍ ନଗରରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ବମିଖାଲ ଅଞ୍ଚଳର ଜୟଦୁର୍ଗାନଗର ଗୋଟିଏ ସ୍ଥାନରେ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଜୟଦୁର୍ଗାନଗର ୧୩୦୩/୧୩୦୪ ପ୍ଲଟ୍କୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି ।
ସେହିଭଳି ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଏହି ସ୍ଥାନରେ ମଧ୍ୟ କୋରୋନା ସଂକ୍ରମିତ ଚହ୍ନଟ ହୋଇଥିଲେ । ଭୁବନେଶ୍ବର ମହାନଗର ନିଗମ ଏହାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଭିଏସ୍ଏସ୍ ନଗରର AE -210 ପ୍ଲଟ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଭିଏସ୍ଏସ୍ ନଗରରେ ସାନିଟାଇଜେସନ ପାଇଁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସେପଟେ ଏହି ଦୁଇଟି ସ୍ଥାନକୁ ବାହର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏହି ସ୍ଥାନରୁ କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ଜରୁରୀକାଳୀନ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ