ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ର ୧୬ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି । ଆଉ ଟିମରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିଛି ଟିକେଟ । ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ।
![ଟୋକିଓ ଅଲିମ୍ପିକ୍ସରେ ଦୁଇ ଓଡ଼ିଆ ହକି ଖେଳାଳି ଟିକେଟ୍](https://etvbharatimages.akamaized.net/etvbharat/prod-images/od-bbs-05-twoodiahockeyplyergottokyo-avo-7202263_18062021134027_1806f_1624003827_821.jpg)
ପୁରୁଷ ଟିମରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ପୁରୁଷ ଦଳରେ ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର ଡିଫେଣ୍ଡର ଭାବେ ଚୟନ ହୋଇଥିବାବେଳେ ସୁମିତ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ମିଡ଼ଫିଲଡର ଭାବେ ଚୟନ ହୋଇଛନ୍ତି ।
ସେହିପରି ଫରୱାର୍ଡସରେ ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କ ସହ ପିଆର ଶ୍ରୀଜେସ ଗୋଲ କିପର ଭାବେ ସ୍ଥାନ ପାଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ