ETV Bharat / city

ଆଉ ଦୁଇ ଯୋଡ଼ା ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ବାତିଲ୍ କଲା ପୂର୍ବତଟ ରେଳପଥ - ପୂର୍ବତଟ ରେଳପଥ

କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆଉ ଦୁଇ ଯୋଡ଼ା ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଆଉ ଦୁଇ ଯୋଡ଼ା ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ବାତିଲ୍ କଲା ପୂର୍ବତଟ ରେଳପଥ

author img

By

Published : May 14, 2021, 8:01 PM IST

ଭୁବନେଶ୍ବର: କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆଉ ଦୁଇ ଯୋଡ଼ା ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ମେ 23 ପର୍ଯ୍ୟନ୍ତ ଶନିବାର ଓ ରବିବାର ଦିନ ବାତିଲ୍ ରହିବ। ବିଶାଖାପାଟନମ୍- କାଚେଗୁଡା-ବିଶାଖାପାଟନମ୍ ପାଇଁ ସେ ମାସ ଶେଷ ପର୍ଯ୍ୟନ୍ତ ବାତିଲ୍ ରହିବ । 08493/08494 ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ଉଭୟ ଦିଗରୁ ମାଇଁ ମାସ 15,16,22 ଏବଂ 23 ତାରିଖ ଦିନ ବାତିଲ୍ ରହିବ। 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ 14 ମେରୁ 31 ମେ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ 15 ମେରୁ 1 ଜୁନ୍ ପର୍ଯ୍ୟନ୍ତ ବାତିଲ୍ ରହିବ।

ଏହା ସହ ଆଉ ଅନ୍ୟ ଟ୍ରେନ ମଧ୍ୟ ବାତିଲ କାରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି 02866/02865 ପୁରୀ- ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, 02880/02879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, 07488/07487 ବିଶାଖାପାଟନମ-କଡପା- ବିଶାଖାପାଟନମ ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ ଏବଂ 02831/02832 ବିଶାଖାପାଟଣା-ଲିଙ୍ଗମପଲ୍ଲୀ - ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ୍ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.