ETV Bharat / city

ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ 2 ଆହତ ଯବାନ, ଜଣେ ଗୁରୁତର

author img

By

Published : Jul 10, 2021, 4:36 PM IST

Updated : Jul 10, 2021, 5:47 PM IST

ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ ହୋଇଥିବା ସୂଚନା ମିଳିବା ସହ ଏଥିରେ ଦୁଇ ଆହତ ହୋଇଛନ୍ତି । ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଏମ୍ସ ଅଣାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଆହତ ଯବାନ, ଜଣେ ଯବାନ ଗୁରୁତର

ଭୁବନେଶ୍ବର : ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ ହୋଇଥିବା ସୂଚନା ମିଳିଥିବାବେଳେ ଏଥିରେ ଦୁଇ ଯବାନ ଆହତ ହୋଇଛନ୍ତି । ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଏମ୍ସ ଅଣାଯାଇଛି । ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ 2 ଆହତ ଯବାନ, ଜଣେ ଗୁରୁତର

ଏଭଳି ଅଘଟଣ ପରେ ବିଶେଷ କରି ବାୟୁସେନା (IAF) ପାଇଲଟ ପଣ୍ଡିତକୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି ଅଭୟ । ବାୟୁ ସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଡିଜିପିଙ୍କୁ ନେଇ କୋରାପୁଟ ସୁନାବେଡା ଅଭିମୁଖେ ଉଡାଣ ଭରିଥିବା ବେଳେ ମାଓ ଏକକାଉଣ୍ଟର ସମ୍ପର୍କରେ ସୂଚନା ମିଳିଥିଲା । ଏଥିରେ ଯବାନ ଆହତ ହୋଇଥିବାବେଳେ ଏୟାରଲିଫ୍ଟ କରିବା ଆବଶ୍ୟକ ହୋଇ ପଡିଥିଲା । ଏୟାରଲିଫ୍ଟ ପାଇଁ ପାଇଁ ଖରାପ ପାଗ ସତ୍ତ୍ବେ ଅଲଟର ନେଟ ରୁଟ ଦେଇକି ଏକ ପାଦେଲପଡା ସ୍କୁଲ ନିକଟରେ ଅବତରଣ କରି ଦୁଇ ଗୁରୁତର ଯଵାନକୁ ଉଦ୍ଧାର କରି ଏୟାରଲିଫ୍ଟ ଯୋଗେ ସ୍ଥାନାନ୍ତରଣ କରିଥିଲେ ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟର ।

ବୌଦ୍ଧ-କନ୍ଧମାଳ ସୀମାରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ୨ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଛି । ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସେପଟେ ମାଓବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗୁଳି ବିନିମୟ । ଏଠାରେ (KKBN) କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି । ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଥିବା ନାରାୟଣପ୍ରସାଦ ଓ ଉମା ପଞ୍ଚାୟତ ନିକଟ ଜଙ୍ଗଲରେ ଅପରେସନ ଚାଲିଥିବା କୁହାଯାଉଛି । ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକପ୍ଟର ସାମିଲ ହୋଇଛି ।

ତେବେ ଗୁଳି ବିନିମୟ ବେଳେ ୨ ଜଣ ଏସଓଜି ଯବାନ ଆହତ ହୋଇଥିବା ଜାଣି ସିଆର୍‌ପିଏଫ୍ ଯବାନମାନେ ଘଟଣାସ୍ଥଳକୁ ଯାଇଥିଲେ ଓ ଆହତ ଯବାନ ଦ୍ବୟଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ । ଏହି ସମୟରେ କୋରାପୁଟ-ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ସେଠାରୁ ୨ ଆହତ ଯବାନଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର କୁ ନେବା ପାଇଁ କହିଥିଲେ । ପରେ ଦୁଇ ଆହତ ଯବାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ୱରରେ ପହଞ୍ଚାଇପାରିଥିବା ଯୋଗୁ ଡିଜିପି ଅଭୟ ବାୟୁ ସେନାର ଉକ୍ତ ହେଲିକପ୍ଟରର ପାଇଲଟଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ତାପସ ପରିଡା, ଇଟିଭି ଭାରତ

Last Updated : Jul 10, 2021, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.