ଭୁବନେଶ୍ୱର: ଜୋତା ପିନ୍ଧୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ ! ପିନ୍ଧିବା ପୂର୍ବରୁ ଭଲରେ ଦେଖି ଜୋତା ପିନ୍ଧନ୍ତୁ । ନହେଲେ ଆପଣ ବି ହୋଇପାରିନ୍ତି ସାପ ଦଂଶନର ଶିକାର । ଏଭଳି କିଛି ଚିତ୍ର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରୁ ଆସିଛି ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ରୁହନ୍ତି ରବୀନ୍ଦ୍ର ସ୍ୱାଇଁ । ରବୀନ୍ଦ୍ରଙ୍କ ଘର ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ଏନେଇ ରବୀନ୍ଦ୍ର ସ୍ନେକ ହେଲ୍ପ ଲାଇନ ସହିତ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏକ ଜୋତା ଭିତରୁ ଦୁଇ ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରିଛନ୍ତି । ଉଦ୍ଧାର ସାପକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ