ETV Bharat / city

ଭୋଟ ଗଣତି ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ଆଜି (ସୋମବାର)ଓ ଆସନ୍ତାକାଲି(ମଙ୍ଗଳବାର) ଦୁଇ ଦିନ ଯାଏଁ ଭୋଟ ଗଣତି ନେଇ ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯିବ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦିନରେ ୧୧, ଦ୍ବିତୀୟ ଦିନରେ ୧୯ ଜିଲ୍ଲାର, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ୍‌ ତଥା ECI ଉପସ୍ଥିତ ରହିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 13, 2019, 12:31 PM IST

Updated : May 13, 2019, 6:54 PM IST

ଭୁବନେଶ୍ବର: ରାଜ୍ୟରେ ସମସ୍ତ ଚାରୋଟି ପର୍ଯ୍ୟାୟରେ ମତଦାନ ପରିସମାପ୍ତି ଘଟିଛି । ଏବେ କେବଳ ଅପେକ୍ଷା ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ଦିନକୁ । ଏବେ ଭୋଟ୍‌ ଗଣତି ପାଇଁ ରାଜଧାନୀସ୍ଥିତ ଗୀତ ଗୋବିନ୍ଦ ଭବନରେ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଆଜି (ସୋମବାର)ଓ ଆସନ୍ତାକାଲି(ମଙ୍ଗଳବାର) ଦୁଇ ଦିନ ଯାଏଁ ଭୋଟ ଗଣତି ନେଇ ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦିନରେ ସୋମବାର ୧୧ ଜିଲ୍ଲାର ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏଡିଏମ୍‌ ତଥା ECI ଉପସ୍ଥିତ ରହିଛନ୍ତି । ଏହାସହ ଏହି 11ଟି ଜିଲ୍ଲାର ୭୯ଟି ବିଧାନସଭା କ୍ଷେତ୍ରର ୪୯ ରିଟର୍ଣ୍ଣିଂ ଅଫିସର କର୍ମଶାଳାରେ ସାମିଲ ହୋଇଛନ୍ତି । ସେହିପରି ପ୍ରଶିକ୍ଷଣର ଦ୍ବିତୀୟ ଦିନରେ ୧୯ ଜିଲ୍ଲାର ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଏଡିଏମ୍‌ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । 2ଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ସୁରକ୍ଷିତ, ଶୃଙ୍ଖଳିତ ଭାବରେ ଭୋଟ ଗଣତି ପାଇଁ ସମସ୍ତ ଦିଗ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

sdg

Conclusion:
Last Updated : May 13, 2019, 6:54 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.