ETV Bharat / city

ରାଜଧାନୀରେ କଲିକତା ବାଇକ ଲୁଟେରା, ଲୁଟ ବେଳେ ସିସିଟିଭିରେ କାରନାମା - ବାଇକ ଲୁଟେରା ଗିରଫ

ଗତ 14 ତାରିଖ ରାତିରେ ୟୁନିଟ 3 ଅଞ୍ଚଳର ହୋଟେଲ ରାଡିସନ ସାମ୍ନାରୁ ଏକ ପଲସର ଗାଡି ଚୋରି ଘଟଣାରେ ସମ୍ପୃକ୍ତ ଲୁଟେରା ଗିରଫ । ଅଧିକ ପଢନ୍ତୁ...

ଧରାପଡିଲେ ପଶ୍ଚିମବଙ୍ଗର ଦୁଇ ବାଇକ ଲୁଟେରା
ଧରାପଡିଲେ ପଶ୍ଚିମବଙ୍ଗର ଦୁଇ ବାଇକ ଲୁଟେରା
author img

By

Published : Jan 17, 2021, 6:37 AM IST

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ବରରେ ଲୁଟପାଟ । କମ୍ ବୟସରୁ ଅପରାଧ ଜଗତରେ କାରନାମା । ଗତ 14 ତାରିଖ ରାତିରେ ୟୁନିଟ 3 ଅଞ୍ଚଳର ହୋଟେଲ ରାଡିସନ ସାମ୍ନାରୁ ଏକ ପଲସର ଗାଡି ଚୋରି ଘଟଣାରେ ଧରାପଡିଛନ୍ତି ସମ୍ପୃକ୍ତ ଲୁଟେରା । ଘଟଣାସ୍ଥଳର ସିସିଟିଭିକୁ ଆଧାର କରି ପୋଲିସ 19 ବର୍ଷୀୟ ମୁନିରୁଲ ଇସଲାମ ଏବେ ସେକ ମୁସ୍ତାକିନ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ପଶ୍ଚିମବଙ୍ଗ ଇଷ୍ଟ ମେଦିନାପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।

ଧରାପଡିଲେ ପଶ୍ଚିମବଙ୍ଗର ଦୁଇ ବାଇକ ଲୁଟେରା

ଗତ 14 ତାରିଖ ରାତରେ ଏହି ଦୁର୍ବୃତ୍ତମାନେ ବାଇକ ଚୋରି କରିବା ସମୟରେ ଚୋରିର ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଥିଲା । ପରେ ବାଇକ ଚୋରି ସମ୍ପର୍କରେ ଅଭିଯୋଗ ପରେ ସିସିଟିଭି ଆଧାରରେ ଦୁଇ ଦିନ ଧରି ଛାନଭିନ କରିଥିଲା ପୋଲିସ । ଶେଷରେ ଉଭୟ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.