ଭୁବନେଶ୍ବର: ଆଜି (ସୋମବାର) ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଉଦଘାଟନ ପୂର୍ବରୁ ଏହାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ମେଡ଼ିକାଲ କଲେଜ ନିର୍ମାଣରେ ଶ୍ରେୟ କାହାର ତାହାକୁ ନେଇ ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଜେପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ ନ କରାଯିବା ନେଇ ବିଜେପି ନେତା ସମ୍ବିତ ପାତ୍ର ଟ୍ବିଟ କରିଛନ୍ତି ।
-
I humbly believe that without getting into the “Credit War” the Honourable CM Odisha should have made a courtesy call to the Honourable PM to inaugurate the Medical College in Puri.
— Sambit Patra (@sambitswaraj) April 10, 2022 " class="align-text-top noRightClick twitterSection" data="
This would have only added to the Mantra “Sabka Saath, Sabka Vishwas, Sabka Vikas & Sabka Prayas”! https://t.co/3Fde7OkWIK
">I humbly believe that without getting into the “Credit War” the Honourable CM Odisha should have made a courtesy call to the Honourable PM to inaugurate the Medical College in Puri.
— Sambit Patra (@sambitswaraj) April 10, 2022
This would have only added to the Mantra “Sabka Saath, Sabka Vishwas, Sabka Vikas & Sabka Prayas”! https://t.co/3Fde7OkWIKI humbly believe that without getting into the “Credit War” the Honourable CM Odisha should have made a courtesy call to the Honourable PM to inaugurate the Medical College in Puri.
— Sambit Patra (@sambitswaraj) April 10, 2022
This would have only added to the Mantra “Sabka Saath, Sabka Vishwas, Sabka Vikas & Sabka Prayas”! https://t.co/3Fde7OkWIK
ସେ କହିଛନ୍ତି ମେଡିକାଲ କଲେଜକୁ କେନ୍ଦ୍ର ଅନୁଦାନ ଦେଇଛନ୍ତି । ତେଣୁ ଉଦ୍ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାରେ ରାଜ୍ୟ ସରକାର ସୌଜନ୍ୟ ରକ୍ଷା କରି ନଥିବା ଅଭିଯୋଗ କରିଛନ୍ତି ସମ୍ବିତ । ସମ୍ବିତ ଏ ନେଇ ଟ୍ବିଟରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ମୋଟ 190 କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏଥିରୁ 113 କୋଟି ଟଙ୍କା କେନ୍ଦ୍ର ଅନୁଦାନ ଦେଇ ସାରିଛି । ଏହି କଲେଜ ଏବେ ଉଦ୍ଘାଟନ ହେଉଛି । ଉଦ୍ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀ କିମ୍ବା କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନି ବୋଲି ସେ ଅଭିଯୋଗ କରିଛନ୍ତି ।
କଲେଜ ଉଦ୍ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସୌଜନ୍ୟମୂଳକ ନିମନ୍ତ୍ରଣ ରାଜ୍ୟ ସରକାର ଦେଇଥିଲେ ଠିକ୍ ହୋଇଥାନ୍ତା । ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର ‘ସବ୍କା ସାଥ, ସବୁ ବିଶ୍ଵାସ, ସବ୍କା ବିକାଶ, ସବୁ ପ୍ରୟାସ’କୁ ସଫଳ କରି ପାରନ୍ତା । ଜବାବରେ ପୁରୀ ସାଂସଦ ପିନାକୀ ମିଶ୍ର ପାଲଟା ଟ୍ଵିଟ୍ କରି କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପ୍ରକଳ୍ପରେ ମୋଟ ୬୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ମେଡିକାଲ କଲେଜକୁ କେନ୍ଦ୍ର ଅନୁଦାନ ୧୧୩ କୋଟି ଟଙ୍କା ଅର୍ଥାତ ୧୭. ୮ ପ୍ରତିଶତ ସହାୟତା ମିଳିଛି । ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏଥିଲାଗି ବାର୍ଷିକ ଖର୍ଚ୍ଚ ୪୦ କୋଟି ଲେଖାଏଁ ରାଜ୍ୟ ସରକାର ବହନ କରିବେ ।
-
Hard facts of Puri Medical College and Hospital is that the total cost will be 634 crores out of which Central Govt. funding is 113 crores-17.8%! The recurring cost is going to be 40 crores annually which will be entirely borne by the State Govt. https://t.co/s56argCZsq
— Pinaki Misra, Puri MP (@OfPinaki) April 10, 2022 " class="align-text-top noRightClick twitterSection" data="
">Hard facts of Puri Medical College and Hospital is that the total cost will be 634 crores out of which Central Govt. funding is 113 crores-17.8%! The recurring cost is going to be 40 crores annually which will be entirely borne by the State Govt. https://t.co/s56argCZsq
— Pinaki Misra, Puri MP (@OfPinaki) April 10, 2022Hard facts of Puri Medical College and Hospital is that the total cost will be 634 crores out of which Central Govt. funding is 113 crores-17.8%! The recurring cost is going to be 40 crores annually which will be entirely borne by the State Govt. https://t.co/s56argCZsq
— Pinaki Misra, Puri MP (@OfPinaki) April 10, 2022
ରାଜ୍ୟର ସ୍ବାର୍ଥ ଲାଗି କେନ୍ଦ୍ର ସରକାରଙ୍କ ଅନୁଦାନ ସ୍ବାଗତଯୋଗ୍ୟ ଏବଂ ଆମେ ସେଥିଲାଗି କୃତଜ୍ଞ । ପ୍ରୋଟୋକଲ ମୁତାବକ ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବକୁ ରାଜ୍ୟ ସରକାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବ ପୂର୍ବରୁ ବିଜେଡି ସାଂସଦ ଓ ବିଜେପି ମୁଖପାତ୍ରଙ୍କ ଟୁଇଟ୍ ୱାର ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ