ETV Bharat / city

ବାଇ-ଲ ତାତି; ଅନୁଭବ-ଅପରାଜିତା ଟ୍ବିଟ ଓ୍ବାର୍ - ଅପରାଜିତାଙ୍କୁ କଟାକ୍ଷ କଲେ ଅନୁଭବ

ସାଂସଦ ଅପରାଜିତା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଟ୍ବିଟ ଓ୍ବାର । ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ ପ୍ରସଙ୍ଗକୁ ନେଇ ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ବିଟର ଜବାଦ ଦେଲେ ଅପରାଜିତା । ଅଧିକ ପଢନ୍ତୁ...

ଅନୁଭବ- ଅପରାଜିତା ମଧ୍ୟରେ ଟ୍ବିଟର ଓ୍ବାର
ଅନୁଭବ- ଅପରାଜିତା ମଧ୍ୟରେ ଟ୍ବିଟର ଓ୍ବାର
author img

By

Published : Feb 13, 2021, 7:28 PM IST

ଭୁବନେଶ୍ବର: ସୋସିଆଲ ମିଡିଆରେ ସାଂସଦ ଟ୍ବିଟ୍ ଓ୍ବାର । ଟ୍ବିଟରରେ ସାଂସଦ ଅପରାଜିତା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଶୀତଳ ଯୁଦ୍ଧ । ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ' ପ୍ରସଙ୍ଗରେ ଅପରାଜିତାଙ୍କୁ କଟାକ୍ଷ କଲେ ସାଂସଦ ଅନୁଭବ ମହାନ୍ତି । ସେପଟେ କେନ୍ଦ୍ରାପଡା ସାଂସଦଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଅପରାଜିତା ।

ଅନୁଭବ- ଅପରାଜିତା ମଧ୍ୟରେ ଟ୍ବିଟର ଓ୍ବାର
ଅନୁଭବ- ଅପରାଜିତା ମଧ୍ୟରେ ଟ୍ବିଟର ଓ୍ବାର

ଘଟଣାଟି କିଛି ଏଭଳି ରହିଛି । ଏକାମ୍ର କ୍ଷେତ୍ରରୁ ଜାତୀୟ ସ୍ମାରକ ପ୍ରାଧିକରଣ ପ୍ରସ୍ତାବିତ ଅଧିନୟମ ବା ବାଇ ଲ ପ୍ରତ୍ୟାହାର ଦାବି ନେଇ କେନ୍ଦ୍ରରେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ଭେଟିଛନ୍ତି । ଏହି ସାକ୍ଷାତକାରରେ ଯୋଗଦେବାକୁ ଅପରାଜିତାଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଅନୁଭବ ମହାନ୍ତି । ମାତ୍ର ଅପରାଜିତା ଏଥିରେ ଯୋଗ ନ ଦେବାରୁ ସାଂସଦ ଅନୁଭବ କଟାକ୍ଷ ପୂର୍ବକ କହିଛନ୍ତି, ବାଇ ଲ ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଣରାଜନୈତିକ ପ୍ରସଙ୍ଗ ହୋଇଥିବାବେଳେ ସାକ୍ଷାତକାରରେ ଯୋଗଦେବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀକୁ ଅନୁରୋଧ କରାଯାଇଥିବାବେଳେ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ।

ଅପରପକ୍ଷରେ ସାଂସଦ ଅନୁଭବଙ୍କ ଟ୍ବିଟର ଜବାବ ରଖିଲେ ଅପରାଜିତା । ବିନା କାରଣରେ କିଛ ବି ହୁଏ ନାହିଁ । ମୁଁ ଉଚିତ ସମୟରେ ଜବାବ ଦେବି । ଦୟାକରି ଅପେକ୍ଷା କରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.