ETV Bharat / city

ଉଦଘାଟିତ ହେଲା ଆଦିବାସୀ ମେଳା - ଉଦଘାଟିତ ହେଲା ଆଦିବାସୀ ମେଳା

ଉଦଘାଟିତ ହେଲା ଆଦିବାସୀ ମେଳା । ଆସନ୍ତା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ ମେଳା । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ । ଅଧିକ ପଢନ୍ତୁ...

tribal fair inaugurated in bhubaneswar
ଉଦଘାଟିତ ହେଲା ଆଦିବାସୀ ମେଳା
author img

By

Published : Jan 26, 2021, 4:03 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଆରମ୍ଭ ହେଲା ଆଦିବାସୀମେଳା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚିରାଚରିତ ଭାବେ ସାଧାରଣତନ୍ତ୍ର ଦିବସ ଅବସରରୁ ଏହି ମେଳା ଆରମ୍ଭ ହୋଇଛି । ଅନୂସୁଚିତ ଜାତି ଓ ଅନୁସୁଚିତ ଜନଜାତି ବିଭାଗ ଦ୍ବାରା ଆୟୋଜିତ ଆଜିର ୬୭ ତମ ଆଦିବାସୀ ମେଳାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥର କୋଭିଡ କଟକଣାରେ ମେଳା ଆୟୋଜନ ହୋଇଛି । ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କୁ ପଞ୍ଜିକରଣ କରିବ ବାଧ୍ୟତାମୂଳକ କରାଯାଇଛି । ଯେଉଁଥି ପାଇଁ ସ୍ବତନ୍ତ୍ର ପୋର୍ଟାଲ WWW. ADIVASIMELA2021 .COM ଖୋଲାଯାଇଛି । ଯେଉଁମାନେ ପଂଜିକରଣ କରିନଥିବେ ସେମାନଙ୍କ ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି।

ଉଦଘାଟିତ ହେଲା ଆଦିବାସୀ ମେଳା

ୟୁନିଟ ୧ ସ୍ଥିତ ଆଦାବାସୀ ପଡିଆକୁ ମେଳା ଆୟୋଜିତ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସକାଳ ୧୧ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ । ସଂନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଆଦିବାସୀ ଓ ପାରମ୍ପରିକ ସାମଗ୍ରୀ ବିକ୍ରି ବଟା ପାଇଁ ୨୨ଟି ଆଇଟିଡିଏ ଯୋଗ ଦେଇଛନ୍ତି । ଆଦିବାସୀ ମାନଙ୍କ ସାମଗ୍ରୀ ବିକ୍ରି ପାଇଁ ୧୦୦ ଟି ଷ୍ଟଲ କରାଯାଇଛି। ହେଲେ ଏଥର କିନ୍ତୁ ଫୁଡ୍ କୋର୍ଟ, ଆଦିବାସୀ ଝାଟିମାଟି ଘର, ମନ୍ଦିର, ସରକାରଙ୍କ ଦ୍ଵାରା ଲାଗୁଥିବା ଷ୍ଟଲ, ଆର୍ଟ କ୍ରାଫ୍ଟ୍ ଷ୍ଟଲ ରହିନାହିଁ । ଆଜିଠାରୁ ଫେବୃଆରୀ ୯ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ । ମେଳା ବୁଲିବାକୁ ଆସିଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରି ଭିତରକୁ ପ୍ରବେଶ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.