ETV Bharat / city

ଗଞ୍ଜାମ ବସ ଟ୍ରାଜେଡି; ମେଳ ଖାଉନି ଶକ୍ତି ମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ତଥ୍ୟ - ମନ୍ତ୍ରୀ ପଦ୍ମନାଭ ବେହେରା

ଗଞ୍ଜାମରେ ବିଦ୍ୟୁତ ତାର ଲଗି 11 ଜଣଙ୍କ ଜୀବନ ଗଲା । ଏହାସତ୍ବେ ସରକାର ଯମିତି ପଦକ୍ଷେପ ନେବାକଥା ନେଇ ନାହାଁନ୍ତି । ବିଭାଗ ବିଭାଗ ମଧ୍ୟରେ ଦୋଷ ଠେଲା ଠେଲିରେ ବ୍ୟସ୍ତ ବଡବାବୁ ମାନେ । ତାଳମେଳ ନାହିଁ କେଉଁ ମନ୍ତ୍ରୀ କଣ କହିବେ ? ଘଟଣାକୁ ନେଇ ଶକ୍ତିମନ୍ତ୍ରୀ ଗୋଟେ କଥା କହୁଥିବା ବେଳେ ମଙ୍ଗଳବାର ପରିବହନ ମନ୍ତ୍ରୀ ଆଉ ଏକ କଥା କହିଛନ୍ତି । ପଢନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ ...

Transport minister
Transport minister
author img

By

Published : Feb 18, 2020, 10:37 PM IST

ଭୁବନେଶ୍ବର: ଗଞ୍ଜାମ ବସ ଟ୍ରାଜେଡିକୁ ନେଇ କିଏ ସତ କହୁଛି ? ଶକ୍ତି ମନ୍ତ୍ରୀ ନା ପରିବହନ ମନ୍ତ୍ରୀ, ତାକୁ ନେଇ ଏବେ ଉଠୁଛି ପ୍ରଶ୍ନ ? ଘଟଣାର ଗୋଟିଏ ଦିନ ପରେ ଶକ୍ତିମନ୍ତ୍ରୀ କହିଥିଲେ କାର୍ଯ୍ୟରେ ଅବହେଳା ପାଇଁ 2ଟି ବିଭାଗର 4 ଜଣ ଯନ୍ତ୍ରୀଙ୍କୁ ନିଳମ୍ବନ କରାଯାଇଛି । ଏହାସହ ତଦନ୍ତ ଜାରି ରହିଛି ।

କିନ୍ତୁ ମଙ୍ଗଳବାର ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ । 2ଟି ବିଭାଗର 3 ଜଣ ଯନ୍ତ୍ରୀଙ୍କୁ ନିଳମ୍ବିତ କରାଯାଇଛି । ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି ଯେଉଁଠି ଘଟଣା ଘଟିଛି ସେହି ସ୍ଥାନରେ ବିଦ୍ୟୁତ ତାର ତଳିଆ ଥିଲା । 12 ଫୁଟରୁ ତଳେ ଥିଲା । ଏହା ଜାଣି ସୁଦ୍ଧା ଡ୍ରାଇଭର ସେହି ରାସ୍ତାଦେଇ ବସ ନେଇକି ଗଲେ । ଫଳରେ ଏହି ଦୁଃଖଦ ଘଟଣା ଘଟିଲା ।

ଅର୍ଥାତ ପରିବହନ ମନ୍ତ୍ରୀଙ୍କ ହିସାବରେ 3 ଜଣ ଓ ଶକ୍ତିମନ୍ତ୍ରୀଙ୍କ କହିବା ଅନୁସାରେ 4 ଜଣ ଦୁଇଟି ବିଭାଗର 4 ଜଣ ଅଧିକରୀଙ୍କୁ ନିଳମ୍ବିତ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ କେତେ ଜଣ ଅଧିକାରୀ ନିଳମ୍ବିତ ହୋଇଛନ୍ତି ? 3 ନା 4 । ସତ କିଏ କହୁଛି ଶକ୍ତି ମନ୍ତ୍ରୀ ନା ପରିବହନ ମନ୍ତ୍ରୀ । ନା ବିଭାଗ ବିଭାଗ ମଧ୍ୟରେ ତାଳମେଳ ନାହିଁ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.