ETV Bharat / city

ସ୍ମାର୍ଟସିଟିରେ ଗାଡି ପାର୍କିଂ ଫି' ଆଦାୟ କରିବେ କିନ୍ନର - ପ୍ରେମଚନ୍ଦ୍ର ଚୌଧୁରୀ

ଆଜି(ଗୁରୁବାର) ଭୁବନେଶ୍ବରରେ ବିଏମସି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିଜି ସ୍ବୀକୃତି ପ୍ରାପ୍ତ ଗ୍ରୁପ ଦ୍ବାରା ପାର୍କିଂ ଫି' ଆଦାୟର ଶୁଭାରମ୍ଭ କରାଯାଇଛି ।

ପାର୍କିଂ ଫି' ଆଦାୟ କରିବେ କିନ୍ନର
ପାର୍କିଂ ଫି' ଆଦାୟ କରିବେ କିନ୍ନର
author img

By

Published : Jan 21, 2021, 1:19 PM IST

Updated : Jan 21, 2021, 4:09 PM IST

ଭୁବନେଶ୍ବର: ଏଣିକି ସ୍ମାର୍ଟସିଟିରେ ଗାଡି ପାର୍କିଂ ଫି' ଆଦାୟ କରିବେ କିନ୍ନର। ଆଜି(ଗୁରୁବାର) ଭୁବନେଶ୍ବରରେ ବିଏମସି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିଜି ସ୍ବୀକୃତି ପ୍ରାପ୍ତ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ର ଶୁଭାରମ୍ଭ କରାଯାଇଛି । ଯାହାକୁ ରାଜମହଲ ଛକରେ ଉଦଘାଟନ କରିଛନ୍ତି ବିଏମସ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଆଜିଠାରୁ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ୧୭ ଜଣ କିନ୍ନରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଯେଉଁଥିରେ ୧୫ ଜଣ କିନ୍ନର ଥିବା ବେଳେ ୨ ଜଣ ମେଲ୍ ଟ୍ରାନ୍ସଫରମର ରହିଛନ୍ତି । ତେବେ ଆଗକୁ କିନ୍ନରଙ୍କ ସଂଖ୍ୟା ବୃଦ୍ଧି କରାଯାଇ ମୋଟ 36 କିନ୍ନରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ପାର୍କିଂ ଫି' ଆଦାୟ କରିବେ କିନ୍ନର

ଏଥିପାଇଁ କିନ୍ନରମାନଙ୍କୁ ଦିଆଯାଇଥିଲା ସ୍ବତନ୍ତ୍ର ତାଲିମ । ଏହାସହ କିନ୍ନରମାନଙ୍କୁ ଆପ୍ରୋନ୍ ଏବଂ ମନିବ୍ୟାଗ ସାଙ୍ଗକୁ କ୍ୟୁଏକ୍ସୋ ମେସିନ ଏବଂ ବିଏମସି ତରଫରୁ ସ୍ବତନ୍ତ୍ର ଆଇକାର୍ଡ ଦିଆଯାଇଛି । ଯାହାଦ୍ବାରା ସେମାନେ ପାର୍କିଂ ଫି ଆଦାୟ କରିବେ ।

ସହରର ଦୁଇ ପ୍ରମୁଖ ପାର୍କିଂ ଲଟ୍ ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍ ଜଗିବେ କିନ୍ନର । କେବଳ ସେତିକି ନୁହେଁ, ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ବତନ୍ତ୍ର ରେଟ୍ ଚାଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ତେବେ ପୂର୍ବରୁ ହୋଲଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ ଜଣ କିନ୍ନରଙ୍କୁ ନିୟୋଜିତ କାଯାଇଥିବା ବେଳେ ଏବେ ପୁଣି ଆଉ ଏକ ନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 21, 2021, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.