ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ପ୍ରଶାସକ ମାୟାଧର ବେହେରା । ରବିବାର ରାଜ୍ୟ ସରକାର ମାୟାଧର ବେହେରାଙ୍କୁ ଡେପୁଟି କମିଶନର ନଯୁକ୍ତି କରିଥିବା ନେଇ ଏକ ନୋଟିସ ଜାରି କରିଛନ୍ତି। ରାଜ୍ୟ ସରକାରେ ରବିବାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ଏହି ଅବସରରେ ଓଏଏସ ମାୟାଧର ବେହେରାଙ୍କୁ ବିଏମସି ଡେପୁଟି କମିଶନର ଦାୟିତ୍ବ ଦିଆଯାଇଛି ।
ପୂର୍ବରୁ ବାଙ୍କୀର ଉପଜିଲ୍ଲପାଳ ଦାୟିତ୍ବରେ ରହିଥିଲେ ବରିଷ୍ଠ ପ୍ରଶାସକ ମାୟାଧର ବେହେରା । ସେହିଭଳି ଶୈଳେନ୍ଦ୍ର କୁମାର ଦ୍ବିବେଦୀଙ୍କୁ ସାର୍ବଜନୀନ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସୌଦାମିନୀ ସେଠୀଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏହାସହ ସାଇଦତ୍ତ ବିପ୍ଲପ କେଶରୀ ପ୍ରଧାନଙ୍କୁ ଢେଙ୍କାନାଳ ଜିଲ୍ଲାର ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ସେ ଅବକାରୀ ବିଭାଗର ଯୁଗ୍ମ ସଚିବ ଦାୟିତ୍ବରେ ରହିଥିଲେ।
ଖୁବଶୀଘ୍ର ମାୟାଧର ବିଏମସିରେ ଡେପୁଟି କମିଶନର ଭାବେ ଯୋଗ ଦେବେ। ଏନେଇ ବିଏମସି ମଧ୍ୟ ସୂଚନା ମିଳିଛି। ଭୁବନେଶ୍ବର ମହାନଗର ନିଗମରେ ବର୍ତ୍ତମାନ ଜଣେ କମିଶନର, ଦୁଇ ଜଣ ଆଡିସନାଲ କମିଶନର ରହିଛନ୍ତି । ଏହାସହ ୮ ଜଣ ଡେପୁଟି କମିଶନର ମଧ୍ୟ ବିଭିନ୍ନ ବିଭାଗ ଦାୟିତ୍ବରେ କାର୍ଯ୍ୟରତ ଅଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ