ETV Bharat / city

ସମ୍ୱଲପୁର ରେଳମଣ୍ଡଳରେ ଆଧୁନିକୀକରଣ ନେଇ ଟ୍ରେନ୍‌ ବାତିଲ

author img

By

Published : Sep 19, 2022, 7:38 PM IST

ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ଏକାଧିକ ଟ୍ରେନ ବାତିଲ ହୋଇଛି । କିଛି ଟ୍ରେନ୍‌ ଆଂଶିକ ବାତିଲ ଓ କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛି ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

ସମ୍ୱଲପୁର ରେଳମଣ୍ଡଳରେ ଆଧୁନିକୀକରଣ ନେଇ ଟ୍ରେନ ବାତିଲ

ଭୁବନେଶ୍ବର: ସମ୍ବଲପୁର-ଟିଟିଲାଗଡ ରେଳ ସେକ୍ସନର ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ଟ୍ରେନ ବାତିଲ (Trains cancelled For modernisation Work)। ଏହି ରୁଟ୍‌ରେ ଟ୍ରେନ୍ ସେବା ପ୍ରଭାବିତ ହେବ ବୋଲି ସୂଚନା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ଦୋହରୀକରଣ ପ୍ରକଳ୍ପର(Sambalpur railway division) କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଏକାଧିକ ଟ୍ରେନ୍‌ ବାତିଲ କରାଯାଇଛି ଓ କିଛି ଆଂଶିକ ବାତିଲ ହୋଇଛି । ସେହିପରି କିଛି ଟ୍ରେନ୍‌ର ଗଚିପଥ ପରିବର୍ତ୍ତନ ହୋଇଛି । ନଜର ପକାନ୍ତୁ କେଉଁ ଟ୍ରେନ୍‌ ଗୁଡିକ ବାତିଲ/ ଆଂଶିକ ବାତିଲ କିମ୍ବା ମାର୍ଗ ପରିବର୍ତ୍ତନ ହୋଇଛି ।

ବାତିଲ ଟ୍ରେନ୍‌

08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ବିଶେଷ ଟ୍ରେନ ସମ୍ବଲପୁରଠାରୁ 22 ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ବାତିଲ ରହୁଥିବା ବେଳେ ଜୁନଗଡ଼ ରୋଡରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର, 2022 ମଧ୍ୟରେ ବାତିଲ ରହିବ । ସେହିପରି 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ବିଶେଷ ଟ୍ରେନ ଟିଟିଲାଗଡଠାରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର, 2022 ମଧ୍ୟରେ ବାତିଲ ରହିବା ସହ ବିଳାସପୁରରୁ 22 ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ବାତିଲ ରହିବ ।

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ସ୍ପେଶାଲ ଟିଟିଲାଗଡରୁ 22 ରୁ 30 ସେପ୍ଟେମ୍ବର ମଧ୍ୟରେ ଏବଂ ରାୟପୁରରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର, 2022 ମଧ୍ୟରେ ବାତିଲ ରହିବ । ତେବେ ସେହିପରି 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 23ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ । ସେହିପରି 20809/20810 ସମ୍ବଲପୁର-ନନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁରଠାରୁ 23 ଓ 25 ସେପ୍ଟେମ୍ବର 2022ରେ ଏବଂ ନନ୍ଦେଡ଼ ଠାରୁ 24 ଏବଂ 26 ସେପ୍ଟେମ୍ବର, 2022ରେ ବାତିଲ ରହିବ । ଏଥିସହ 18189/18190 ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଟାଟାଠାରୁ 25 ଏବଂ 29 ସେପ୍ଟେମ୍ବରରେ ଏବଂ ଏର୍ଣ୍ଣାକୁଲମଠାରୁ 25 ଏବଂ 28 ସେପ୍ଟେମ୍ବର 2022ରେ ବାତିଲ ରହିବ ।

କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ବାତିଲ ରହିବ । ଏହାବ୍ୟତୀତ, 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ 19 ରୁ 25 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ କପିଲାସ ରୋଡ ଓ ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟକ୍ଷମ ଜନିତ ନନ-ଇଣ୍ଟର ଲକିଙ୍ଗ କାର୍ଯ୍ୟ ପାଇଁ ବାତିଲ ରହିବ ।

ଆଂଶିକ ବାତିଲ୍ ଟ୍ରେନ୍‌

12893/12894 ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ସୁପର ଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସ 23 ରୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ବର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ କିନ୍ତୁ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ । ସେହିପରି 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ବରୀ ଏକ୍ସପ୍ରେସ ହାଓଡ଼ାଠାରୁ 22 ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର 2022 ପର୍ଯ୍ୟନ୍ତ ହାଓଡ଼ା ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ 2871 ଓ 22861/12872 ଓ 22862 ହାଓଡ଼ା-ଟିଟିଲାଗଡ/କାଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ବରୁ ହାଓଡ଼ାଠାରୁ 23 ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏବଂ ଟିଟିଲାଗଡ/କଣ୍ଟାବାଞ୍ଜି ଠାରୁ 24 ସେପ୍ଟେମ୍ବରରୁ 1 ଅକ୍ଟୋବର, ୨୦୧୨ ପର୍ଯ୍ୟନ୍ତ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଏବଂ ଟିଟିଲାଗଡ/କଣ୍ଟାବାଞ୍ଜି ମଧ୍ୟରେ ବାତିଲ ରହିବ ।

ମାର୍ଗ ପରିବର୍ତ୍ତନ ଟ୍ରେନ୍‌

ତାମ୍ବରମ୍-ଜସିଡିହ ଏକ୍ସପ୍ରେସର ମାର୍ଗପରିବର୍ତ୍ତନ ନେଇ 12375/12376 ତାମ୍ବରମ୍-ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ 24 ସେପ୍ଟେମ୍ବରରେ ତାମ୍ବରମରୁ ଏବଂ 28 ସେପ୍ଟେମ୍ବର 2022ରେ ଜସିଡିହରୁ ବିଜୟନଗରମ-ରାୟଗଡା-ଟିଟିଲାଗଡ-ସମ୍ବଲପୁର ମାର୍ଗ ପରିବର୍ତ୍ତେ ବିଜୟନଗରମ-ଖୋର୍ଦ୍ଧା ରୋଡ୍-ନରାଜ-ଅନୁଗୁଳ ଓ ସମ୍ବଲପୁର ମାର୍ଗଦେଇ ଚଳାଚଳ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.