ETV Bharat / city

ନବୀନଙ୍କ ପାଇଁ ଗ୍ରାଣ୍ଡ ସେଲିବ୍ରେସନ୍‌ରେ ଟ୍ରାଫିକ ବେହାଲ: ଅଟକିଲା ଆମ୍ବୁଲାନ୍ସ, ନାକେଦମ ଜନତା

author img

By

Published : Sep 6, 2022, 9:03 PM IST

ନବୀନଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀ ମୁହାଁ ହୋଇଥିଲେ ବିଜେଡି ନେତା ଓ କର୍ମୀ । ସ୍ବାଗତ ନାଁରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ନେତା ଓ କର୍ମୀ । ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିବା ପରିସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

traffic situation disrupted in Bhubaneswar due to Naveen Patnaik welcome ceremony
ନବୀନଙ୍କ ସ୍ବାଗତ ପାଇଁ ଟ୍ରାଫିକ ବେହାଲ: ଅଟକିଲା ଆମ୍ବୁଲାନ୍ସ, ନାକେଦମ ଜନତା

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହୋଇ ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଛି ବିଜେଡି । ବିଭିନ୍ନ ନିର୍ବଚନୀ ମଣ୍ଡଳରୁ ହଜାର ହଜାର କର୍ମୀ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ଏହାରି ମଧ୍ୟରେ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ବିକଳ ଚିତ୍ର ଦେଖିବାକୁ ମିଳିଛି । ନବୀନଙ୍କ ସ୍ବାଗତ ଲାଗି ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିଥିଲା । ପ୍ରାୟ କେଉଁଠି ଆମ୍ବୁଲାନ୍ସ ଫସିକି ରହିଥିଲା ତ ଆଉ କେଉଁଠି ସ୍କୁଲ ବସ । ହନ୍ତସନ୍ତ ହୋଇଛନ୍ତି ସାଧାରଣ ଲୋକ, ଯାତ୍ରୀ ଓ ଛାତ୍ରଛାତ୍ରୀ ।

ନବୀନଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀ ମୁହାଁ ହୋଇଥିଲେ ବିଜେଡି ନେତା ଓ କର୍ମୀ । ସ୍ବାଗତ ନାଁରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ନେତା ଓ କର୍ମୀ । ସକାଳ 8ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ରାଜଧାନୀକୁ ବିଜେଡି ନେତା ଓ କର୍ମୀ କବଜା କରିନେବା ସ୍ଥିତି ଉପୁଜିଛି । କମିଶନରେଟ ପୋଲିସ ଓ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିବା ପରିସ୍ଥିତି ଦେଖିବାକୁ ମିଳିଛି । ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ, ରାଜମହଲରୁ ନବୀନ ନିବାସ, ଜୟଦେବ ବିହାରରୁ ରାଜଭବନ, ରସୁଲଗଡ଼ରୁ କଳ୍ପନା ଓ ଖଣ୍ଡଗିରିରୁ ପୋଖରିପୁଟ ରାସ୍ତା ମଧ୍ୟରେ ଥିବା ସମସ୍ତ ଛକ ବେଲଗାମ ହୋଇ ପଡିଥିଲା । ଟ୍ରାଫିକ ପୋଷ୍ଟ ଓ ପୋଲିସ ଥିଲେ, କିନ୍ତୁ କାର୍ଯ୍ୟ ନଥିଲା ପରି ଦୃଶ୍ୟମାନ ହୋଇଥିଲା । ଫଳରେ ସହରବାସୀ, ରୋଗୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଭୋଗିଥିଲେ । ବିଭିନ୍ନ ଛକରେ ଟ୍ରାଫିକ ଜମି ରହିବାରୁ ଆମ୍ବୁଲାନ୍ସ ଫସି ରହିଥିବା ଦେଖିବାକୁ ମିଳିଥିଲା ।

ବିମାନ ବନ୍ଦର ରାସ୍ତାକୁ କ୍ୟାପିଟାଲ ହସ୍ପିଟାଲ ସଂଯୋଗ ହୋଇଥିବାରୁ ରୋଗୀ ଓ ସମ୍ପର୍କୀୟ ଅନେକ ସମସ୍ୟାରେ ପଡିଛନ୍ତି । ସ୍କୁଲ୍‌ ଓ କଲେଜ ବସ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସମୟର 3 ଘଣ୍ଟା ପୂର୍ବରୁ ବିମାନ ଯାତ୍ରୀ ଆସିବା ପାଇଁ ଭୁବନେଶ୍ବର ଡିସିପି ଅନୁରୋଧ କରିଥିବାବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ବହୁ ଲୋକ ଦୁର୍ଦ୍ଦଶା ଭୋଗିଛନ୍ତି । ଖାଲି ବିମାନ ଯାତ୍ରୀ କାହିଁକି ଭୁବନେଶ୍ବର ରେଳ ଷ୍ଟେସନ ରାସ୍ତା ଜାମ୍‌ ଥିବାରୁ ପ୍ରାୟ 5 ଘଣ୍ଟା ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ମୋ ବସ୍‌, ଅଟୋ ଯାତ୍ରୀ ମଧ୍ୟ ଯିବା ଆସିବାରେ ସମସ୍ୟାରେ ପଡ଼ିଛନ୍ତି । ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ 5 ଘଣ୍ଟା ଧରି ବିଭିନ୍ନ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି ।

ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବଡ଼ ବସ ସହର ମଧ୍ୟକୁ ପ୍ରବେଶ ଲାଗି କମିଶନରେଟ ପୋଲିସ କଟକଣା ଲଗାଇଛି । କିନ୍ତୁ ଆଜି ଶହ ଶହ ବସ ସହର ମଧ୍ୟକୁ ପ୍ରବେଶ କରିଛି । ରାସ୍ତା କଡ଼ରେ ନୋ ପାର୍କିଂ ଅଞ୍ଚଳରେ ଗାଡ଼ି ରଖିଲେ, ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ଗାଡି ପୋଲିସ ଜବତ କରେ । କିନ୍ତୁ ଆଜି ସବୁଠି ବେଆଇନ ଗାଡି ପାର୍କିଂ ହୋଇ ଟ୍ରାଫିକ ଜାମ୍‌ କରାଯାଇଥିବା ବେଳେ ପୋଲିସ ଦେଖଣାହାରି ସାଜିଥିଲା । ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ 144 ଧାରା ଲାଗିଛି । କିନ୍ତୁ 144 ଧାରା ଆଜି ବିଜେଡି ସେଲିବ୍ରେସନ ପାଇଁ ଚୁଲିକି ଯାଇଛି । ବିନା ହେଲ୍‌ମେଟ ପିନ୍ଧି ଗାଡ଼ି ଚଳାଇଲେ ସାଧାରଣ ଲୋକଙ୍କଠାରୁ ପୋଲିସ ମୋଟା ଅଙ୍କର ଫାଇନ ଆଦାୟ କରେ । କିନ୍ତୁ ଆଜି ବିଜେଡି ନେତା ଓ କର୍ମୀ ପୋଲିସ ଆଗରେ ଟ୍ରାଫିକ ନିୟମ ଉଲ୍ଲଂଘନ ହୋଇଥିଲେ ବି ପୋଲିସ ଜଳକା ସାଜିଛି ।

ପ୍ରବଳ ଗହଳିର ଫାଇଦା ନେଇଛନ୍ତି ଲୁଟେରା । ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ଆଜି ଲୁଟେରାଙ୍କ ପାଦ୍ରୁଭାବ ଦେଖିବାକୁ ମିଳିଛି । ଏକାଧିକ ଚେନ, ମୋବାଇଲ ଓ ପର୍ସ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଆବଶ୍ୟକରୁ ଅଧିକ ଲୋକ ସମାଗମ ହୋଇଥିବାରୁ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଶୌଚାଳୟ ଭିଡ଼ ଜମିବାରୁ ରାସ୍ତାକଡ଼ରେ ପରିସ୍ରା କରିବାରୁ ବିମାନ ବନ୍ଦର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି । ପାଣି ବୋତଲ, ଜାରି, ଦଳୀୟ ପତକା ସହରର ଏଣେତେଣେ ପଡିବା ଯୋଗୁଁ ସ୍ମାର୍ଟ ସିଟିର ହୁଲିଆ ବିଗିଡି ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.