ETV Bharat / city

ମାନବିକତାର ଦୃଷ୍ଟାନ୍ତ ଦେଇ ସମ୍ମାନିତ ହେଲେ ସ୍ବର୍ଣ୍ଣଲତା - police commissioner

ଟ୍ରାଫିକ ମହିଳା କର୍ମଚାରୀ ସ୍ବର୍ଣ୍ଣଲତା ପରିଡା ନିଜ କର୍ତ୍ତବ୍ୟ କରିବା ସହ ମାନବିକତାର ମଧ୍ୟ ଦୃଷ୍ଟାନ୍ତ ଦେଖାଇଛନ୍ତି । ଏଥିପାଇଁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସ୍ବର୍ଣ୍ଣଲତାଙ୍କୁ ସମ୍ମାନିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 8, 2019, 10:43 PM IST

Updated : Jul 9, 2019, 6:45 PM IST

ଭୁବନେଶ୍ବର: ରାଜଧାନୀର ରାଜ ରାସ୍ତା । କିଏ କୁଆଡେ ଯାଉଛି ଓ ଆସୁଛି କାହାର ସେଥିପ୍ରତି ଧ୍ୟାନ ନଥାଏ । ଏମିତିକି ଅନ୍ୟକୁ ସମସ୍ୟାରେ ଦେଖି ମଧ୍ୟ ନଦେଖିବା ପରି ଆଖି ବୁଜି ଚାଲିଯାଆନ୍ତି ଅନେକ । ମାତ୍ର ଜଣେ ଟ୍ରାଫିକ ମହିଳା କର୍ମଚାରୀ ସ୍ବର୍ଣ୍ଣଲତା ପରିଡା ଏଭଳି କିଛି କାମ କରି ପୋଲିସ କମିଶନରଙ୍କ ସାବାସି ପାଇଛନ୍ତି । ସେ ନିଜ କର୍ତ୍ତବ୍ୟ କରିବା ସହ ମାନବିକତାର ମଧ୍ୟ ଦୃଷ୍ଟାନ୍ତ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ସମୟରେ ରବୀନ୍ଦ୍ର ମଣ୍ଡପ ଟ୍ରାଫିକ ଛକ ନିକଟରେ ଏକ ଦୃଷ୍ଟିହୀନ ଲୋକଟି ରାସ୍ତା ପାର ହେବା ପାଇଁ ଅପେକ୍ଷା କରିଥିଲେ । ମାତ୍ର ଭିଡ ଥିବାରୁ ସେ ରାସ୍ତା ପାର ହୋଇପାରିନଥିଲେ । ସମସ୍ତେ ଏହା ଦେଖୁଥିଲେ ମଧ୍ୟ କେହି ବି ସାହାଯ୍ୟ କରିବାକୁ ଆସିନଥିଲେ । ମାତ୍ର ଏହି ସମୟରେ ଲୋକଟି ପାଇଁ ଟ୍ରାଫିକ ପୋଲିସ ସାଜିଥିଲେ ଦେବଦୂତ । ଟ୍ରାଫିକ କନେଷ୍ଟବଳ ସ୍ବର୍ଣ୍ଣଲତା ପରିଡା ଉକ୍ତ ବ୍ୟକ୍ତିଙ୍କୁ ରାସ୍ତା ପାର କରାଇଥିଲେ ।

ଏହି କାର୍ଯ୍ୟ ପାଇଁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସ୍ବର୍ଣ୍ଣଲତାଙ୍କୁ ସମ୍ମାନିତ କରିଛନ୍ତି । ଏହାସହ ଆଗକୁ ମଧ୍ୟ ଏପରି ଜନଉପକାରୀ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କର୍ତ୍ତବ୍ୟ ସହ ମାନବିକତା ଦେଖାଇଲେ ସ୍ବର୍ଣ୍ଣାଲତା।

ରାଜଧାନୀ ରାଜ ରାସ୍ତାରେ କିଏ କାହାକୁ ଦେଖାନ୍ତିନାହିଁ। କିଏ କୁଆଡେ ଗଲା କିଏ ଆସିଲା ସେଥିପ୍ରତି କେହି ବି ଧ୍ୟାନ ଦିଅନ୍ତି ନାହିଁ ହେଲେ ଦିନ ରାତି ଟ୍ରାଫିକରେ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ଟ୍ରାଫିକ କର୍ମଚାରୀମାନେ ସାହାଯ୍ୟର ହାତ ବଢ଼େଇ ଥାନ୍ତି। ନିଜର ଡିଉଟି କରିବା ସହ ଅନ୍ୟକୁ ସାହାଯ୍ୟ କରିବା ମନବୃତି ଆଣିଦେଇଥାଏ। ଏଭଳି କିଛି କାମ କରି ପୋଲିସ କମିଶନର ସାବାସୀ ସଜେଇଛନ୍ତି।

Body:
ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ସମୟ। ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଟ୍ରାଫିକ ଛକ ନିକଟରେ ଏକ ଦ୍ରୁଷ୍ଟି ହୀନ ଲୋକଟି ରାସ୍ତା ପାର ହେବା ପାଇଁ ଅପେକ୍ଷା କରିଥିଲା। ଯାହା ଭିଡ ଭିତରେ ରାସ୍ତା ପାର ହୋଇପାରିନଥିଲା କି କିଏ ବି ସାହାଯ୍ୟ କରିବାରେ ପାଖ କୁ ଅସୁନଥିଲେ। ସମସ୍ତ ଯେପରି ନିଜ କାମ ରେ ବ୍ୟସ୍ତ।କିନ୍ତୁ ଟ୍ରାଫିକ ପୋଲିସ ଖରତରାକୁ ଖାତିରି ନକରି ଲୋକମାନଙ୍କ ସୁରକ୍ଷାରେ ସବୁବେଳେ ନିୟୋଜିତ ହୋଇରହିଥାନ୍ତି। ଟ୍ରାଫିକ କନେଷ୍ଟବଳ ସ୍ବର୍ଣ୍ଣାଲତା ପରିଡା ଏକ ଦୃଷ୍ଟି ହୀନ ଲୋକକୁ ରାସ୍ତା ପାର କରାଇ ଦେଉଥିବାର ନଜରକୁ ଆସିଥିଲା।
ଏହାକୁ ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଟ୍ରାଫିକ କନେଷ୍ଟବଳ ଙ୍କୁ ନିଜ କାର୍ଯ୍ୟ ପାଇଁ ସମ୍ମାନିତ କଟିଛନ୍ତି। ଏହି ଅବସରରେ ପୋଲିସ କମିଶନର ଆଗକୁ ଏପରି କାମ କରିବା କୁ ପରାମର୍ଶ ଦେଇଛନ୍ତି।

byte visual

Conclusion:
Last Updated : Jul 9, 2019, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.