ETV Bharat / city

ଲକଡାଉନ ପରେ ରାଜଧାନୀ ରାଜରାସ୍ତାରେ ଗଡୁଛି ଗାଡି, ବଢୁଛି ଶବ୍ଦ ପ୍ରଦୂଷଣ

ନିୟମ ଅନୁସାରେ ୮୦ ଡେସିମଲ ହେଉଛି ମଣିଷ କାନ ପାଇଁ ସହ୍ୟ ହେଲା ପରି ଶବ୍ଦର ତୀବ୍ରତା । ଏହାଠାରୁ ଅଧିକ ହେଲେ ଆରମ୍ଭ ହୋଇଯାଏ ଶବ୍ଦ ପ୍ରଦୂଷଣ ।

traffic-jams-noise-pollution-on-the-capitals-highways-increase-after-the-lockdown
ଲକଡାଉନ ପରେ ରାଜଧାନୀ ରାଜ ରାସ୍ତାରେ ଗଡୁଛି ଗାଡି, ବଢୁଛି ଶବ୍ଦ ପ୍ରଦୂଷଣ
author img

By

Published : Jun 24, 2020, 6:08 PM IST

ଭୁବନେଶ୍ବର: ଲକଡାଉନ ପରେ କୋହଳ ହୋଇଛି କୋରୋନା କଟକଣା । ରାଜଧାନୀ ରାଜରାସ୍ତାରେ ଧିରେ ଧିରେ ଗଢୁଛି ଛୋଟ ଠୁ ବଡ ଗାଡି । ଆଉ ଗାଡି ଚଳାଚଳ ସ୍ବଭାବିକ୍‌ ହେବା ସହ ବଢୁଛି ଶବ୍ଦ ପ୍ରଦୂଷଣ ।

ଲକଡାଉନ ପରେ ରାଜଧାନୀ ରାଜ ରାସ୍ତାରେ ଗଡୁଛି ଗାଡି, ବଢୁଛି ଶବ୍ଦ ପ୍ରଦୂଷଣ

ଧିରେ ଧିରେ ଅସହ୍ୟ ହେଉଛି ଗାଡିମୋଟର ସ୍ବର । ଅସ୍ତବ୍ୟସ୍ତ କରୁଛି ପେଁ ପେଁ ଶବ୍ଦ । ନିର୍ଦ୍ଧିଷ୍ଟ ପରିଧି ଠାରୁ ଅଧିକରୁ ଅଧିକ ତୀବ୍ରତର ହୋଉଛି ଗାଡିମଟରର ଶବ୍ଦ । ଫଳରେ ବଡୁଛି ଶବ୍ଦ ପ୍ରଦୂଷଣ । ନିୟମ ଅନୁସାରେ ୮୦ ଡେସିମଲ ହେଉଛି ମଣିଷ କାନ ପାଇଁ ସହ୍ୟ ହେଲା ପରି ଶବ୍ଦର ତୀବ୍ରତା । ଏହାଠାରୁ ଅଧିକ ହେଲେ ଆରମ୍ଭ ହୋଇଯାଏ ଶବ୍ଦ ପ୍ରଦୂଷଣ ।

ତେବେ ଶବ୍ଦ ପ୍ରଦୂଷଣ ପାଇଁ ଆଜିର ମଣିଷ ଜାଣିଶୁଣି ମଧ୍ୟ ଦାୟୀ ରହୁଛି । କେନ୍ଦ୍ରିୟ ରାସ୍ତା ନିରାପତ୍ତା ପରିଷଦର ପୂର୍ବତନ ସଦସ୍ୟ ସୟଦ ମକବଲ ଅଲ୍ଲୀଙ୍କ କହିବା ଅନୁସାରେ ଆଜିକାଲି ଷ୍ଟାଇଲ ପାଇଁ ଯୁବ ଗୋଷ୍ଠୀ ବାଇକରେ ଲଗାଉଛନ୍ତି ମଡିଫାଏଡ ସାଇଲେନ୍ସର । ଯାହାର ଅତ୍ୟାଧିକ ଶବ୍ଦ ପାଇଁ ମଧ୍ୟ ଶବ୍ଦ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି ।

ସେପଟେ ଏଭଳି ଶବ୍ଦ ପ୍ରଦୁଷଣକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିଆଯାଇଥଛି ଦୃଢ ପଦକ୍ଷପ । ଏଭଳି ସାଇଲେନ୍ସର ଲଗାଉଥିବା ବ୍ୟକ୍ତିଙ୍କଠାରୁ ମୋଟା ଆକାରରେ ଫାଇନ ଆଦାୟ କରାଯାଉଛି । ଏଥି ସହିତ ଟ୍ରାଫିକ ସିଗନାଲରେ ବଢୁଥିବା ହର୍ଣ୍ଣ ଶବ୍ଦ କଣ୍ଟ୍ରୋଲ କରିବାକୁ ଡେସିମଲ ମିଟର ଲଗାଇବାକୁ ଯୋଜନା କରାଯାଉଥିବା କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.