ଭୁବନେଶ୍ବର: ହସ୍ପିଟାଲ ହେଉ କି ଶିକ୍ଷାନୁଷ୍ଠାନ, ସବୁ ଛକରେ ଦେଖିବାକୁ ମିଳିଥାଏ ଟ୍ରାଫିକ ସମସ୍ୟା । ଏଣିକି ଏହି ଭିଡରୁ ମିଳିବ ମୁକ୍ତି, ଦୂର ହେବ ଟ୍ରାଫିକ ସମସ୍ୟା । ସୁବିଧାରେ ଗାଡ଼ି ଚଳାଚଳ କରିବେ ଚାଳକ । ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ବର୍ତ୍ତମାନ ଆକ୍ସନ ମୁଡରେ ରହିଛନ୍ତି ନୂଆ ଟ୍ରାଫିକ ଡିସିପି ଏସ ସୁଶ୍ରୀ ।
ରାଜଧାନୀର ଶିଶୁଭବନ ଛକ, ଏଜି ଛକ, ନାଲକୋ ଛକ, କିଟ୍ ଛକ , ଡମଣା ଛକ ଭଳି ସ୍ଥାନର ବାମ ପାର୍ଶ ବା ଲେଫ୍ଟ ଲେନ୍ ଅନେକ ସମୟରେ ଗହଳି ଲାଗି ରହିଥାଏ । ଲୋକମାନେ ଅଯଥାରେ ରାସ୍ତାର ପୁରାଭାଗରେ ଅଟକି ରହି ରାସ୍ତା ଜାମ୍ କରିଥାନ୍ତି । ଦିର୍ଘ ସମୟ ଧରି ବାମ ପାର୍ଶରେ ଠିଆ ହେବା ଦ୍ଵାରା ବାମକୁ ଯିବା ଲୋକେ ଅଯଥାରେ ହଇରାଣରେ ହୋଇଥାନ୍ତି । ତେଣୁ ଏବେ ଫ୍ରି ଲେଫ୍ଟ ପାସେଜ ପାଇ ଗୁରୁତ୍ବ ଦିଆଯାଉଛି ।
ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଦୋକାନ ମଲ୍ କର୍ତ୍ତୃପକ୍ଷ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଟ୍ରାଫିକ ଡିସିପି ଏସ ସୁଶ୍ରୀ । ଏହିସବୁ ବଡ଼ ଦୋକାନ ବା ମଲ୍ ମାଧ୍ୟମରେ ଲୋକଙ୍କୁ ସେଚେତନ କରିବା ପାଇଁ ବଡ଼ ସାଇନେଜ୍ ଓ ହୋର୍ଡିଂ ଲଗାଇବାକୁ ଯୋଜନା କରାଯାଉଛି ।
ଟ୍ରାଫିକ୍ ଜାମ୍ ସମୟରେ ଆମ୍ବୁଲାନସ ହେଉ ବା ବାମକୁ ଯିବାକୁ ଥିବା ଲୋକେ ଯିବାକୁ ରାସ୍ତା ନପାଇ ଅଯଥାରେ ଅଟକି ରହିଥାନ୍ତି । ଏନେଇ ଫ୍ରି ଲେଫ୍ଟ ପାସେଜ(Free left passage)କୁ ନଜରରଖି ଟ୍ରାଫିକ ଡିସିପି ଆରମ୍ଭ କରିଛନ୍ତି ଏନଫୋର୍ସମେଣ୍ଟ । ଫଳରେ ବାମକୁ ଯିବାକୁ ଥିବା ଲୋକଙ୍କୁ କେହି ବାଧା ଦେବେନି କି ବାମ ପାର୍ଶ୍ବକୁ ମାଡ଼ି କେହି ଗାଡି଼ି ଛିଡ଼ା କରି ପାରିବେ ନାହିଁ । ଫଳରେ ବାମକୁ ଯିବା ଲୋକ ସହଜରେ ନିଜ ରାସ୍ତାରେ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏଜି ଛକରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଲେଫ୍ଟ ଫ୍ରି ୱେ ନଛାଡ଼ିଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ