ଭୁବନେଶ୍ବର: ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଡକ ସୁରକ୍ଷା । ସୁପ୍ରିମକୋର୍ଟ କମିଟିର ସୁପାରିଶ ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ମର୍ମରେ ରାଜ୍ୟ ପରିବହନ ବିଭାଗ ତରଫରୁ ବୁଧବାର ଏକ ବୈଠକ ଡକାଯାଇଛି।
ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗୃହ ବିଭାଗ, ସ୍ବାସ୍ଥ୍ୟ ବିଭାଗ ସମେତ ପୋଲିସ କମିଶନର ପ୍ରମୁଖ ଯୋଗଦେବେ । ବୈଠକରେ ପରବର୍ତ୍ତୀ ରଣନୀତି ସଂକ୍ରାନ୍ତରେ ଆଲୋଚନା ହେବ ।
ଦୀର୍ଘଦିନ ଧରି କମିଟି ସୁପାରିଶ କରିଥିଲେ ବି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ହେଲେ ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ