ETV Bharat / city

ଶ୍ରମ ନୀତି ସଂଶୋଧନକୁ ବିରୋଧ: ମାଷ୍ଟରକ୍ୟାଣ୍ଟିନରେ ଏକତ୍ରିତ ହେଲେ ଶତାଧିକ କର୍ମୀ - ଶ୍ରମିକ ସଂଗଠନ

ଶ୍ରମ ଆଇନରେ ପରିବର୍ତ୍ତନ କରି ଦୈନିକ 8ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବାକୁ ନିର୍ଘଣ୍ଟ କରିଥିବା ଜଣାପଡ଼ିଛି । ତେବେ ଏହାର ପ୍ରତିବାଦ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ଶତାଧିକ କର୍ମୀମାନେ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି ।

ଶ୍ରମ ନୀତି ସଂଶୋଧନକୁ ବିରୋଧ କରି  ମାଷ୍ଟରକ୍ୟାଣ୍ଟିନରେ ଏକତ୍ରିତ ହେଲେ ଶତାଧିକ କର୍ମୀ

author img

By

Published : May 22, 2020, 11:39 PM IST

ଭୁବନେଶ୍ବର: ସାରା ଦେଶରେ ବର୍ତ୍ତମାନ କୋରୋନା ପ୍ରକୋପ ଜାରି ରହିଛି । ଏଥିରେ ସବୁଠାରୁ ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । କାମଧନ୍ଦା ବନ୍ଦ ହେତୁ ସେମାନେ ବିଭିନ୍ନ ସ୍ଥାନରେ ଫସି ରହିବା ସହିତ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହା ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥାକୁ ସଚଳ କରିବା ପାଇଁ କେତେକ ନିୟମ ପରିବର୍ତ୍ତନ କରିବା ସହ ଶ୍ରମିକଙ୍କୁ କାମକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଶ୍ରମ ଆଇନରେ ପରିବର୍ତ୍ତନ କରି ଦୈନିକ 8ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବାକୁ ନିର୍ଘଣ୍ଟ କରିଥିବା ଜଣାପଡ଼ିଛି ।

ଯାହାକୁ ରାଜ୍ୟର ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଠାରେ ଶତାଧିକ କର୍ମୀମାନେ ଏକତ୍ରିତ ହେବା ସହ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି । ଏହି ଆଇନ ଦ୍ବାରା ଶ୍ରମିକମାନେ ଆହୁରି ଶୋଷିତ ହେବା ସହ ସେମାନଙ୍କ ଶାରୀରିକ ଓ ସାମାଜିକ ଦୁର୍ଗତି ବୃଦ୍ଧି ପାଇବ ବୋଲି କହିଛନ୍ତି । ଆହୁରି ମଧ୍ୟ ଦେଶରେ ଲକ୍ଷ ଲକ୍ଷ ଶ୍ରମିକ ଖାଇବାକୁ ନ ପାଇ ନିଜ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଯାଉ ନଥିବା କହିଛନ୍ତି ।

ଶ୍ରମ ନୀତି ସଂଶୋଧନକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନରେ ଏକତ୍ରିତ ହେଲେ ଶତାଧିକ କର୍ମୀ

ତେଣୁ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଆସିବା ସହ ବର୍ତ୍ତମାନ ଶ୍ରମିକମାନଙ୍କୁ ଠିକ ଭାବରେ ଚଳିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 10ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଭଳି ନୀତିକୁ ସାରା ଭାରତରେ ଆଜି ପ୍ରତିବାଦ କରାଯାଉଥିବା ବେଳେ ସରକାର ଏଥିରେ ସୁଧାର ନ ଆଣିଲେ ଆଗାମୀ ଦିନରେ ପରିସ୍ଥିତି ଭୟାନକ ହେବ ବୋଲି ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.