ETV Bharat / city

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଗଡିଲା ଟଏ ଟ୍ରେନ

author img

By

Published : Oct 8, 2021, 12:43 PM IST

ଏଣିକି ନନ୍ଦନକାନନରେ ମିଳିବ ପର୍ଯ୍ୟଟକଙ୍କୁ ଡବଲ୍ ମଜା । କାରଣ ନନ୍ଦନକାନନରେ ଗଡିଲା ଟଏ ଟ୍ରେନ । ଅଧିକ ପଢନ୍ତୁ...

Toy Train facility starts in Odishas Nandankanan Zoo
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଗଡିବ ଟୟ ଟ୍ରେନ

ଭୁବନେଶ୍ବର: ଏଣିକି ପର୍ଯ୍ୟଟକ ନେବେ ଡବଲ୍ ମଜା । କାରଣ ନନ୍ଦନକାନନରେ ଗଡିଲା ଟଏ ଟ୍ରେନ । ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ଼, ତୃଣଭୋଜୀ ଖୁଆଡ଼ ଭଳି ଅନେକ ଜୀବଜନ୍ତୁକୁ ଦେଖିପାରିବେ ପର୍ଯ୍ୟଟକ ।

୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨-ଟି ସାଧାରଣ ସିଟ୍ ଥିବାବେଳେ ଦିବ୍ୟାଙ୍ଗଙ୍କ ପାଇଁ ୨ଟି ସିଟ ରହିଛି । ୧.୬୫ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ଅତି କମରେ ଥରେ ବୁଲିବା ପାଇଁ ୧୫ ମିନିଟି ସମୟ ଲାଗିବ । ରାଜ୍ୟସରକାରଙ୍କ ଦ୍ୱାରା ୩କୋଟି ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ବୁଲେଟ ଟଏ ଟ୍ରେନ ।

ଏହାସାଙ୍ଗକୁ ନନ୍ଦନକାନନର ପର୍ଯ୍ୟଟକ ଖୁବଶୀଘ୍ର ରୋପଓ୍ବେ ର ମଜା ନେବେ । ଆଜି(ଶୁକ୍ରବାର) ଟଏ ଟ୍ରେନ ଉଦଘାଟନ ହେବା ସହ ରୋପ ଓ୍ବେର ଶିଳାନ୍ୟାସ କରିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ । ୧୮ ମାସ ସୁଦ୍ଧା ଏହାର କାମ ଶେଷ କରାଯିବାର ଯୋଜନା ରଖାଯାଇଛି । ନନ୍ଦନକାନନରୁ କାଞ୍ଜିଆ ହ୍ରଦ ଉପର ଦେଇ ବୋଟାନିକାଲ ଗାର୍ଡେନକୁ ଯାଇପାରିବେ ପର୍ଯ୍ୟଟକ । କୋଲକତାର ଏକ ଘରୋଇ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଏହି କାର୍ଯ୍ୟ କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.