ETV Bharat / city

ନନ୍ଦନକାନନରେ ମନପସନ୍ଦର ପଶୁପକ୍ଷୀ ଏବେ ପର୍ଯ୍ୟଟକଙ୍କ ପୋଷ୍ୟ, ଏଯାଏଁ 439 ସାମିଲ

author img

By

Published : Sep 15, 2021, 7:31 AM IST

ନନନ୍ଦକାନନକୁ ଆସୁଥିବା ପର୍ଯ୍ୟଟକ ଯାହାର ଜୀବଜନ୍ତୁଙ୍କୁ ପାଳିବା ସଉକ ଥାଏ ସେମାନେ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ଗତକାଲି(ମଙ୍ଗଳବାର) ଗୋଟିଏ ଦିନରେ ୭ଜଣ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ନନ୍ଦନକାନନରେ ମନପସନ୍ଦର ଜୀବଜନ୍ତୁଙ୍କ ପୋଷ୍ୟ କରୁଛନ୍ତି ପର୍ଯ୍ୟଟକ, ଏ ଯାଏଁ 439 ସାମିଲ

ଭୁବନେଶ୍ବର: ନନନ୍ଦକାନନରେ ପର୍ଯ୍ୟଟକଙ୍କ ମନ ଜିଣୁଛନ୍ତି ଜୀବଜନ୍ତୁ । ଏଠାକୁ ଆସୁଥିବା ପର୍ଯ୍ୟଟକ ଯାହାର ଜୀବଜନ୍ତୁଙ୍କୁ ପାଳିବା ସଉକ ଥାଏ ସେମାନେ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ଗତକାଲି(ମଙ୍ଗଳବାର) ଗୋଟିଏ ଦିନରେ ୭ଜଣ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।

ରାଜ୍ୟ ତଥା ରାଜ୍ୟ ବହାରରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅତି କମରେ ଏକ ମାସ ପର୍ଯ୍ୟନ୍ତ ପୋଷ୍ୟ ଗ୍ରହଣ କରିବାକୁ ଅନୁମତି ଦିଆଯାଉଛି । ଓଡ଼ିଶାର ମେଘନାଦ ମହାରଣା ଏକ ମାସ ପାଇଁ ଏକ ଆଲେକ୍ସଜାଣ୍ଡ୍ରାଇନ୍ ପାରାକେଟକୁ ସେପ୍ଟେମ୍ବର 13 ରୁ ଅକ୍ଟୋବର 12 ପର୍ଯ୍ୟନ୍ତ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ବିଜୟୱାଡାର ଶ୍ରୀବାଣୀ କୋଥାପାଲୀ ଏକ ପ୍ରଜାତିର ମାଙ୍କଡ଼ ଏବଂ ଗୋଟିଏ ଏକ ପ୍ରଜାତିର ହରିଣକୁ ଏକ ମାସ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ତାମିଲନାଡୁର ଆତର୍ଭ ଗୋଟିଏ ନୀଳ ଶୁଆ ଏବଂ ଏକ ପ୍ରଜାତିର ପକ୍ଷୀକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।

ଓଡିଶା ଖୋର୍ଦ୍ଧାର ସିଦ୍ଧାର୍ଥ ଦାସ ଏକ ଶୁଆକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ଜୋନା ମିଚାରି ଜଙ୍ଗଲୀ ବିଲେଇକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ତେବେ ମଙ୍ଗଳବାର ଗୋଟିଏ ଦିନରେ 7 ଜଣ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ନନ୍ଦନକାନନରେ ନଭେମ୍ବର 5 ତାରିଖରୁ ପ୍ରଥମ ଥର ପାଇଁ କଟକର ନୂଆପଡା ଅଞ୍ଚଳର ଜୟନ୍ତ କୁମାର ଦାସ ଏକ ନୀଳ ପ୍ରଜାତିର ପକ୍ଷୀକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ।

ତେବେ ଆଜି ପର୍ଯ୍ୟନ୍ତ ନନନ୍ଦକାନନ ପ୍ରାଣୀ ଉଦ୍ୟାନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକମାନେ ନିଜ ନିଜର ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ଏ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ 439 ଜଣ ପର୍ଯ୍ୟଟକ ପୋଷ୍ୟ ଭାବରେ ଜୀବଜନ୍ତୁଙ୍କ ଗ୍ରହଣ କରିସାରିଲେଣି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.