ETV Bharat / city

ଆସୁଛି ପର୍ଯ୍ୟଟନ ଋତୁ, ଆଜିଠୁ ଇକୋ ରିଟ୍ରିଟ ବୁକିଂ ଆରମ୍ଭ - ଇକୋ ରିଟ୍ରିଟ ବୁକିଙ୍ଗ ଆରମ୍ଭ

ପର୍ଯ୍ୟଟନ ଋତୁ ପାଇଁ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ଆରମ୍ଭ । ଚଳିତବର୍ଷ ୭ ସ୍ଥାନରେ (eco-retreat)। ଆଜିଠାରୁ ବୁକିଂ ଆରମ୍ଭ । ଅଧିକ ପଢନ୍ତୁ

ଆସୁଛି ପର୍ଯ୍ୟଟନ ଋତୁ, ଆଜିଠୁ ଇକୋ ରିଟ୍ରିଟ ବୁକିଙ୍ଗ ଆରମ୍ଭ

author img

By

Published : Nov 20, 2021, 10:53 PM IST

ଭୁବନେଶ୍ବର: ସାଧାରଣତଃ ଡିସେମ୍ବର ଆସିଲେ ପର୍ଯ୍ୟଟନ ଋତୁ ଆରମ୍ଭ ହୁଏ ସେଥିପାଇଁ ସରକାର ରାଜ୍ୟରେ ଇକୋ ଟୁରିଜିମର(eco- toursim) ବିକାଶ ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି। ଏହି ଗୁରୁତ୍ବକୁ ନେଇ ଡିସେମ୍ବର ବା ଚଳିତମାସ ଶେଷ ସପ୍ତାହ ବେଳକୁ ରାଜ୍ୟରେ ଆରମ୍ଭ ହେବ ଇକୋ ରିଟ୍ରିଟ (eco-retreat)। ତେଣୁ ଆଜିଠାରୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ ବୁକିଂ।

ଆସୁଛି ପର୍ଯ୍ୟଟନ ଋତୁ, ଆଜିଠୁ ଇକୋ ରିଟ୍ରିଟ ବୁକିଙ୍ଗ ଆରମ୍ଭ
ଆସୁଛି ପର୍ଯ୍ୟଟନ ଋତୁ, ଆଜିଠୁ ଇକୋ ରିଟ୍ରିଟ ବୁକିଙ୍ଗ ଆରମ୍ଭ

ପ୍ରଥମେ ୫ଟି ସ୍ଥାନରେ ଇକୋ ରିଟ୍ରିଟ (eco-retreat)ଥିବାବେଳେ ବର୍ତ୍ତମାନ ଆଉ ୨ଟି ନୂଆ ସ୍ଥାନରେ ଅର୍ଥାତ ମୋଟ ୭ଟି ଇକୋ ରିଟ୍ରିଟ ଆୟୋଜିତ କରିବାକୁ ଯାଉଛି ପର୍ଯ୍ୟଟନ ବିଭାଗ । ଏହି ସ୍ଥାନଗୁଡିକ ଭିତରେ ହେଲା କୋଣାର୍କ, ଦାରିଙ୍ଗିବାଡ଼ି, ହୀହୀରାକୁଦ, କୋରାପୁଟ,ପୋତି ସୋନପୁର, ସାତକୋଶିଆ ଓ ଭିତରକନିକା । ପ୍ରାକୃତିକ ପରିବେଶ ମଧ୍ୟରେ ହେଉଥିବା ଉତ୍ସବ ପର୍ଯ୍ୟଟକ ବା ପ୍ରକୃତିପ୍ରେମୀଙ୍କୁ ବେଶ ମଜା ଦେବ ବୋଲି ପର୍ଯ୍ୟଟନ ବିଭାଗ (Tourism Department) ଆଶା ରଖିଛି ।

ବୁକିଂ କରିବା ପାଇଁ ଆଗ୍ରହ ଦେଖାଉଥିବା ପର୍ଯ୍ୟଟକ ସବିଶେଷ ତଥ୍ୟ ପାଇଁ ecoretreat.odishatourism.gov.in ଓ୍ବେବସାଇଟକୁ ଯାଇ ଦେଖିପାରିବେ । ଇକୋ ରିଟ୍ରିଟରେ ବିଳାସପୂର୍ଣ୍ଣ ଟେଣ୍ଟର ରହଣୀ ସାଙ୍ଗକୁ ସୁସ୍ବାଦୁ ଖାଦ୍ଯ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ପର୍ଯ୍ୟଟକ ।

ଏହାସହ ଜଳକ୍ରୀଡା ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ ପର୍ଯ୍ୟଟକ । କୋଭିଡ କଟକଣାକୁ ନେଇ ଦୁଇବର୍ଷ ହେବ ସବୁ ଉତ୍ସବ ଫିକା ପଡିଥିବା ବେଳେ ପୁଣି ଥର ଥରେ ଇକୋ ରିଟ୍ରିଟ (ecoretreat) ବୁକିଙ୍ଗ ମନୋରଞ୍ଜନ ସହ ପ୍ରକୃତିପ୍ରେମୀଙ୍କୁ ବେଶ ଆନନ୍ଦ ଦେବ ବୋଲି ଆଶା ରଖିଛନ୍ତି ଉଭୟ ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.