ETV Bharat / city

Panchayat Polls: ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକା ଉପରେ କଡା ନଜର ରଖ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ନିର୍ବାଚନ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି । ମୁକ୍ତ, ଅବାଧ, ନିରପେକ୍ଷ ଏବଂ କୋଭିଡମୁକ୍ତ ନିର୍ବାଚନ ପରିଚାଳନା ଉପରେ କମିଶନର ଗୁରୁତ୍ବ । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Jan 17, 2022, 9:42 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ନିର୍ବାଚନ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମୁକ୍ତ, ଅବାଧ, ନିରପେକ୍ଷ ଏବଂ କୋଭିଡମୁକ୍ତ ନିର୍ବାଚନ ପରିଚାଳନା ଉପରେ କମିଶନର ଗୁରୁତ୍ବ ଦେଇଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ କମିଶନର ସଂପ୍ରତି କୋଭିଡ ପରିସ୍ଥିତିରେ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି । ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି ଓ କାନ ଭାବେ ସଂପୂର୍ଣ୍ଣ ରାଜ୍ୟରେ ତୀକ୍ଷ୍ମ ନଜର ରଖିବେ । ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ ନିର୍ବାଚନ ଆଚରଣବିଧିର ସଠିକ ପାଳନ ହେଉଛି କି ନାହିଁ ସେ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ ।

ଚଳିତ ନିର୍ବାଚନରେ ଯେକୌଣସି ପ୍ରକାର ରାଲିକୁ ନିଷେଧ କରାଯାଇଥିବାବେଳେ ଏଥି ପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ । ଚଳିତ ନିର୍ବାଚନରେ ଭୋଟ ଗଣତି ବୁଥ ବଦଳରେ ବ୍ଲକ ମୁଖ୍ୟାଳୟରେ ହେବ । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କମିଶନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ କମିଶନର ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଞ୍ଚ କରିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି । ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ତେବେ ଏସଂପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି । ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହି କମିଶନରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ।

ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ । କିମ୍ବା ଅନ୍ୟ କୌଣସି ସରକାରୀ କିମ୍ବା ବିଦେଶ ଗସ୍ତ କରିପାରିବେ ନାହିଁ । ଏଥି ସହିତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଏ ସଂପର୍କିତ ଏକ ବିସ୍ତୃତ ରିପୋର୍ଟ କମିଶନରଙ୍କୁ ପ୍ରଦାନ କରିବା ପାଇଁ କମିଶନର ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନର ୩୦ ଜିଲ୍ଲା ନିମନ୍ତେ ୩୮ ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୩୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.