ETV Bharat / city

TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 5, 2021, 9:02 PM IST

ନଜର ପକାନ୍ତୁ NEWS@ 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ..

TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଅଲମ୍ପିକ ପଦକ ବିଜୟୀ ଓଡ଼ିଆ ହକି ଷ୍ଟାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଅଲମ୍ପିକ ପଦକ ବିଜେତା ଜାତୀୟ ହକି ଦଳରେ ସାମିଲ ରହିଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲମ୍ପିକ ପଦକ ବିଜୟୀ ଦଳର ଦୁଇ ଓଡ଼ିଆ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରଶଂସା କରିଛନ୍ତି ମୋଦି ।

2. ରାଜଧାନୀରେ ୧୦୦% ଟୀକାକରଣର ବାସ୍ତବତା, ୧ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ

ରାଜଧାନୀ ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣକୁ ନେଇ ପ୍ରଶ୍ନ ଉଠିଛି । ୧ ଲକ୍ଷ ଲୋକ ଟୀକାକେନ୍ଦ୍ରରେ ପ୍ରଥମ ଡୋଜ ଟିକା ନେଉଥିବା ଦେଖିବାକୁ ମିଳିଛି ।

3. ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରେ ବୋମାମାଡ, 2 ଆହତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଉପରେ ବୋମାମାଡ ହୋଇଛି । ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ।

4. ୬୪୧ କୋଟି GST ଠକେଇ ମାମଲା, ଭୁବନେଶ୍ବରରୁ ମାଷ୍ଟରମାଇଣ୍ଡ ଗିରଫ

ବଡ଼ଧରଣର GST ଠକେଇରେ ପୁଣି ଜଣେ ଅଭିଯୁକ୍ତ ଗିରଫ। ୬୪୧ କୋଟିର ଜାଲ ବିଲ ଠକେଇ ରାକେଟ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିଟି ଜିଏସଟି ବିଭାଗ।

5. ୧୨୬ ବର୍ଷ ପୁରୁଣା ଡାକଘର ହେବ 'ଐତିହ୍ୟ ପୋଷ୍ଟ ଅଫିସ' ! ଅଶ୍ବିନୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଝାରସୁଗୁଡ଼ା ଡାକଘରକୁ ‘ଐତିହ୍ୟ ଡାକଘର’ ଘୋଷଣା କରିବା ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।

6. ଘରୋଇ ସ୍କୁଲ ବିରୋଧରେ ସଙ୍ଗୀନ ଅଭିଯୋଗ, ଟଙ୍କା ଦେଲେ ମିଳିବ ଅଧିକ ମାର୍କ

St. Xavier's International School ବିରୋଧରେ ଅଭିଯୋଗ । 10ମରେ ମାର୍କ ବଢାଇବା ପାଇଁ ଏକାଦଶ ଆଡମିଶନ କରିବା ପାଇଁ ବାଧ୍ୟ କରାଯାଉଥିବା କହିଲେ ଅଭିଭାବକ ।

7. ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭାରତର କଡା ଆପତ୍ତି

ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ ।

8. Tokyo Olympics: ରେସ୍‌ଲର ରବିଙ୍କ ଉପରେ ପୁରସ୍କାର ବର୍ଷା କଲେ ହରିୟାଣା ସରକାର

ରୌପ୍ୟ ପଦକ ଜିତିବା ପରେ କୁସ୍ତିଯୋଦ୍ଧା ରବି ଦହିୟାଙ୍କ ପାଇଁ ଅନେକ ଗୁଡ଼ିଏ ପୁରସ୍କାର ଘୋଷଣା କରିଛନ୍ତି ହରିୟାଣା ସରକାର ।

9. Tokyo Olympics: ରୌପ୍ୟ ଜିତିଲେ ରବି, ଦେଖନ୍ତୁ ପରିବାରର ପ୍ରତିକ୍ରିୟା

ଇଟିଭି ଭାରତ ସହ କଥା ହେବାବେଳେ ରବି ଦହିୟାଙ୍କ ମା’ଙ୍କ ଆଖି ଲୁହ ଛଳ ଛଳ ହୋଇ ଯାଇଥିଲା ଓ ସେ କହିଥିଲେ ଯେ, ପୁଅ ଆର ଥରକୁ ନିଶ୍ଚୟ ସ୍ବର୍ଣ୍ଣ ପଦକ ଆଣିବ ।

1୦. ରାଜ୍ୟରେ ସୁସ୍ଥ ହେଲେ ୧୬୫୨ କୋଭିଡ ଆକ୍ରାନ୍ତ

କୋରୋନାରୁ ଶନିବାର ରାଜ୍ୟରେ ଆଉ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.